ଦେଶ- ବିଦେଶ

ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି; କହିଲେ-ତାଙ୍କ ପାଇଁ ଫ୍ୟାମିଲି ଫାଷ୍ଟ, ମୋ ପାଇଁ ନେସନ୍ ଫାଷ୍ଟ – Sahana Mela

[ad_1]


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନାର ସାଙ୍ଗାରେଡି ଠାରେ ଏକ ସାଧାରଣ ସଭାକୁ ସମ୍ୱୋଧିତ କରି ପରିବାରବାଦ ପ୍ରସଙ୍ଗକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ।

ମୋଦି କହିଛନ୍ତି,‘‘ ଆଜି ଯେତେବେଳେ ମୋଦି ଆପଣଙ୍କୁ  ଏବଂ ଆପଣଙ୍କ ପରିବାରକୁ  ଦିଆଯାଇଥିବା ଗ୍ୟାରେଣ୍ଟି ପୂରଣ କରିବାରେ ବ୍ୟସ୍ତ ରହିଛି, କଂଗ୍ରେସ ଓ ଏହାର ସହଯୋଗୀମାନେ ମୋଦି ଏବଂ ମୋଦିଙ୍କ ପରିବାରକୁ ଦୁର୍ବ୍ୟବହାର କରିବାକୁ ବାହାରିଛନ୍ତି । ତାଙ୍କ ପାଇଁ ‘ଫ୍ୟାମିଲି ଫାଷ୍ଟ’ ହେଲେ ମୋ ପାଇଁ ‘ନେସନ୍ ଫାଷ୍ଟ’ । ଏହାର କାରଣ ହେଉଛି ମୁଁ ସେମାନଙ୍କ ଲକ୍ଷାଧିକ ଟଙ୍କାର ଘୋଟାଲା  ଖୁଲାସା କରିଛି । ମୁଁ ଏହି ଲୋକମାନଙ୍କର ପରିବାରବାଦ ବିରୋଧରେ ସ୍ୱର ଉଠାଉଛି।’’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଙ୍ଗାରେଡି ଠାରେ ୭,୨୦୦ କୋଟିରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ ରାଜ୍ୟର ବିକାଶ ହେଉଛି ଦେଶର ବିକାଶ । ଆଜି ୧୪୦ କୋଟି ଭାରତୀୟ ବିକଶିତ ଭାରତ ପାଇଁ ଦୃଢ ସଂକଳ୍ପିତ । ବିକଶିତ ଭାରତ ପାଇଁ ଆଧୁନିକ ଭିତ୍ତିଭୂମି ରହିବା ଆବଶ୍ୟକ । ତେଣୁ କେନ୍ଦ୍ର ଚଳିତ ବଜେଟରେ ଭିତ୍ତିଭୂମି ପାଇଁ ୧୧ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିଛି । କେନ୍ଦ୍ର ଚାହୁଁଛି ତେଲେଙ୍ଗାନା ଏଥିରୁ ଫାଇଦା ଉଠାଉ ।



[ad_2]

Leave a Reply

Your email address will not be published. Required fields are marked *

Back to top button