ମହଙ୍ଗା ପଡିଲା ରାମ ଚରଣଙ୍କୁ ଇଡଲି ବରା କହିବା, ଏସଆରକେଙ୍କ ଉପରେ ରାଗିଗଲେ ଜେବା – Sahana Mela

[ad_1]
ମୁମ୍ବାଇ: ଧୁମଧାମରେ ସରିଛି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ୩ ଦିନିଆ ପ୍ରି-ୱେଡିଙ୍ଗ ସମାରୋହ । ଏହି ସମାରୋହର ଅନେକ ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଉତ୍ସବର ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ମଞ୍ଚ ଉପରେ ଏକାଠି ୩ଖାନ୍ ନୃତ୍ୟ କରିବାର ଦୃଶ୍ୟ । ‘ନାଟୁ ନାଟୁ’ ଗୀତରେ ୩ଖାନ ନିଜର ଡ୍ୟାନ୍ସର ଜଲୱା ଦେଖାଇଥିଲେ । ଯାହା କେଉଁଠି ମଧ୍ୟ ଦେଖିବାକୁ ମିଳିନଥିଲା ତାହା ଏଠାରେ ଦେଖିବାକୁ ମିଳିଥିଲା । କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ବିବାଦ। ସାଉଥ ସୁପରଷ୍ଟାର ରାମ ଚରଣଙ୍କୁ ‘ଇଡଲି-ବରା’ କହି ବିବାଦ ଭିତରକୁ ଆସିଛନ୍ତି ଶାହାରୁଖ । ଯେଉଁଥିପାଇଁ ଶାହାରୁଖଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ରାମ ଚରଣଙ୍କ ମେକଅପ୍ ଆର୍ଟିଷ୍ଟ ଜେବା ।
ବାସ୍ତବରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଙ୍ଗ ସେଲିବ୍ରେସନରେ ଯୋଗ ଦେଇଥିଲେ ଅନେକ ବଲିଉଡ ଏବଂ ସାଉଥ ସିନେମାର ତାରକାମାନେ । ସଲମାନ ଖାନ, ଶାହାରୁଖ ଖାନ , ଅମୀର ଖାନ, ଦୀପିକା ପାଦୁକୋନ, ରଣବୀର ସିଂ, କରୀନା କପୁର, ଦିଲଜିତ ଦୋସାଞ୍ଜ, ଅନନ୍ୟା ପାଣ୍ଡେ, ସାରା ଅଲି ଖାନ, ଜାନଭୀ କପୁରଙ୍କ ପରି ବଲିଉଡ ତାରକାମାନେ ମଞ୍ଚରେ ନୃତ୍ୟ କରି ଅତିଥିମାନଙ୍କୁ ମନୋରଞ୍ଜନ କରିଥିଲେ। ପ୍ରି-ୱେଡିଙ୍ଗ ଉତ୍ସବରେ ଶାହାରୁଖ, ସଲମାନ ଏବଂ ଅମୀରଙ୍କୁ ମଞ୍ଚ ଉପରେ ଏକାଠି ଦେଖିବାକୁ ମିଳିଥିଲା । ନିଜର କଳା ଦେଖାଇବା ସହ ଏହି ତିନିଜଣ ଫିଲ୍ମ ‘RRR’ ଚଳଚ୍ଚିତ୍ରର ଓସ୍କାର ବିଜେତା ଗୀତ ‘ନାଟୁ-ନାଟୁ’ରେ ମଧ୍ୟ ନାଚିଥିଲେ | ସେତେବେଳେ ଏହି ଚଳଚ୍ଚିତ୍ରର ହିରୋ ରାମ ଚରଣ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।
ଶାହରୁଖ ଖାନ ଏହି ଗୀତରେ ତିନି ଖାନଙ୍କ ସହ ନାଚିବାକୁ ରାମ ଚରଣଙ୍କୁ ଡାକିଥିଲେ। ଶାହାରୁଖ ‘ଇଡଲି-ବରା ରାମ ଚରଣ, କେଉଁଠାରେ ତୁ’ କହି ଡାକିଥିଲେ । ସେତେବେଳେ ଶାହାରୁଖ ଖାନଙ୍କ ଏହି କଥା ଶୁଣି ରାମଙ୍କ ପ୍ରଶଂସକମାନେ ରାଗି ଯାଇଥିଲେ । ଏହାସହ ରାମ ଚରଣଙ୍କ ମେକଅପ୍ ଆର୍ଟିଷ୍ଟ ଜେବା ହାସନ ମଧ୍ୟ ରାଗି ତାଙ୍କ ସ୍ଥାନ ଛାଡି ଚାଲିଯାଇଥିଲେ । ଏନେଇ ମେକଅପ୍ ଆର୍ଟିଷ୍ଟ ଜେବା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଜେବା ଲେଖିଛନ୍ତି ଯେ, ‘ଇଡଲି-ବରା ରାମ ଚରଣ, କେଉଁଠାରେ ତୁ’, ଏହା ଶୁଣିବା ପରେ ମୁଁ ବାହାରକୁ ଚାଲିଗଲି । ରାମ ଚରଣଙ୍କ ପରି ଜଣେ ତାରକାଙ୍କ ପ୍ରତି ଏହା ବହୁତ ଅସମ୍ମାନର କଥା । ସୋସିଆଲ ମିଡିଆରେ ଜେବା ଏନେଇ ଶାହାରୁଖଙ୍କୁ ବହୁତ ନିନ୍ଦା କରିଛନ୍ତି । ଏନେଇ ସୋସିଆଲ ମିଡିଆରେ ରାମଙ୍କ ପ୍ରଶଂସକ ମାନେ ମଧ୍ୟ କଡା ସମାଲୋଚନା କରୁଛନ୍ତି ।
[ad_2]