୧୭ ସ୍ଥାନରେ ଏନ୍ଆଇଏର ଚଢ଼ାଉ – Sahana Mela
[ad_1]
ବେଙ୍ଗାଲୁରୁ: ୧୭ଟି ସ୍ଥାନରେ ଏନଆଇଏ ଚଢ଼ାଉ ଜାରି ରଖିଛି । ବେଙ୍ଗାଲୁରୁ ଏବଂ ତାମିଲନାଡ଼ୁ ସମେତ ୭ଟି ରାଜ୍ୟରେ ଚଢ଼ାଉ କରିଛି ତଦନ୍ତକାରୀ ସଂସ୍ଥା । ଏନଆଇର ମୁଖ୍ୟ ଏନେଇ ସୂଚନା ଦେଇଛନ୍ତି । ବେଙ୍ଗାଲୁରୁ ରାମେଶ୍ବରମରେ ଘଟିଥିବା ବିସ୍ଫୋରଣ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ଜଡିତ ଥିବା ଜଣାପଡ଼ିଛି । ଏହାକୁ ନେଇ ଆଜି ୭ଟି ରାଜ୍ୟର ୧୭ଟି ସ୍ଥାନରେ ଚାଲିଛି ଚଢ଼ାଉ ।
ଏନଆଇଏ ଟିମ୍ ବେଙ୍ଗାଲୁରୁର ଆରଟି ନଗରରେ ଟି- ନଜିରଙ୍କ ଘରେ ଚଢ଼ାଉ କରିଥିଲା । ଟି ନଜିର ଆଇଏସଆଇଏସ ସହ ଜଡିତ ଥିବା ସନ୍ଦେହ କରାଯାଉଛି । କୁହାଯାଉଛି ବିସ୍ଫୋରଣ ପାଇଁ ସେ ଆତଙ୍କବାଦୀଙ୍କୁ ଉସକାଇଥିଲେ । ଏହା ପୂର୍ବରୁ ଆରଟି ନଗର ଏବଂ ସୁଲତନପାଲିୟାରେ ଗ୍ରେନେଡ କିଣାବିକା ମାମଲାରେ ରେଡ ହୋଇଥିଲା ।
ଜୁନେଦ ନାମକ ବ୍ୟକ୍ତି ରାମେଶ୍ବରମ ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ତାମିଲନାଡ଼ୁର ଚେନ୍ନାଇର ରାମନାଥପୁରମରେ ଶ୍ୟାମସୁଦ୍ଦିନଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି । ଚେନ୍ନାଇର ସିଦ୍ଧପର୍ପେଟ୍ ଏବଂ ବିଡୟାରରୁ ୫ଜଣ ଲୋକଙ୍କୁ ଅଟକ ରଖିଛି । ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ୭ଟି ରାଜ୍ୟରେ ଏନଆଏର ଚଢ଼ାଉ ବେଙ୍ଗାଲୁରୁ ଜେଲରେ ରହୁଥିବା ଲସ୍କର- ଏ- ତୋଏବାର ସାଥୀଙ୍କ ସହ ଜଡ଼ିତ । ଜାନୁଆରୀ ୮ରେ ଏନଆଇଏ ୮ ଜଣଙ୍କ ବିରାଧରେ ଚାର୍ଜସିଟ୍ ଦାଖଲ କରିଥିଲେ । ଲସ୍କର ଏ ତାଇବା ଆତଙ୍କବାଦୀଙ୍କ ଦ୍ବାରା କଏଦୀମାନଙ୍କୁ କଟ୍ଟରପନ୍ଥୀ ପାଇଁ ଉସକାଇବା ମାମଲାରେ ଏନଆଇଏ ଏହି ତଦନ୍ତ କରୁଥିବା ଜଣାପଡ଼ୁଛି ।
[ad_2]