ଦେଶ- ବିଦେଶ

ଅଶାନ୍ତ କଲୋମ୍ୱିଆ

ଅଶାନ୍ତ ହୋଇପଡିଛି କଲୋମ୍ୱିଆ। କେଟାଟ୍ଟୁମ୍ୱି ଅଞ୍ଚଳରେ ହିଂସାକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ଗୃହଯୁଦ୍ଧ କାରଣରୁ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ଏଥିରେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି। କେଟାଟ୍ଟୁମ୍ୱି ଅଞ୍ଚଳରେ ନିଶାଦ୍ରବ୍ୟ ଯେପରି କୋକେନ ଓ ତସ୍କରୀ ସଂଗଠନ ନ୍ୟାସନାଲ ଲେବସେସେନ ଆର୍ମି ଏବଂ କୋଲୋମ୍ୱିଆ ମାର୍କର୍ସସିଷ୍ଟ ରିବୋଲ୍ୟୁସନାରୀ ସଶସ୍ତ୍ର ଫୋର୍ସ ମଧ୍ୟରେ ହିଂସା ଘଟିଥିଲା। ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ମଧ୍ୟ ହୋଇଥିଲା। ମାତ୍ର ଏଥିରେ କୌଣସି ନିଷ୍କର୍ସ ବାହାରି ନ ପାରିବାରୁ ହିଂସାର ମାତ୍ରା ଅଧିକ ବଢିଯାଇଥିଲା। ଏହି ହିଂସା ଯୋଗୁଁ ୧୧ ହଜାରରୁ ଅଧିକ ଲୋକେ ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି। ପଡୋଶୀ ରାଜ୍ୟକୁ କିଛି ଲୋକ ମଧ୍ୟ ପଳାଇ ଯାଇଛନ୍ତି। ବାଂଲାଦେଶ ଏବଂ ସିରିୟା ପରେ ଏବେ କୋଲମ୍ୱିଆ ଆଶାନ୍ତ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଛି। ବିଦ୍ରୋହୀ ଗ୍ରୁଟ ଲେବରସନ ଆର୍ମି ସହ ଶାନ୍ତ ଫେରାଇ ଆଣିବା ନେଇ ଆଲୋଚନା ମଧ୍ୟ ବିଫଳ ହୋଇଛି। ତେବେ ଏହି ଘଟଣା ଯୋଗୁଁ ୫ ହଜାର ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ତେବେ ଏହି ହିଂସାରେ ସାଧାରଣଲୋକଙ୍କ ଜୀବନ ଉପରେ ପ୍ରଭାବ ପଡିଛି।

Leave a Reply

Your email address will not be published. Required fields are marked *

Back to top button