ରାଜନୀତି

ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଓଡ଼ିଶାରେ ନିର୍ବାଚନ ଲଢ଼ି ଜିତିବ ବିଜେପି: ଧର୍ମେନ୍ଦ୍ର – Sahana Mela

[ad_1]


ଭୁବନେଶ୍ୱର: ଶନିବାର ଭୁବନେଶ୍ୱରରେ ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ନିର୍ବାଚନ ଲଢିବ।

ଆମେ ମହାରାଷ୍ଟ୍ର ଓ ହରିଆଣାରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଛୁ। ଓଡ଼ିଶାରେ ମଧ୍ୟ ଏହାର ପୁନରାବୃତ୍ତି ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହାସହ 2024 ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି 350ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ସେ କହିଛନ୍ତି।

ଆଗାମୀ ନିର୍ବାଚନରେ ଉଭୟ ବିଜେପି ଓ ଶାସକ ବିଜୁ ଜନତା ଦଳ ମହିଳା ଭୋଟରଙ୍କୁ ନିଜ ସମର୍ଥନରେ ଆଣିବାକୁ ଜୋରଦାର ଉଦ୍ୟମ କରୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ବିଜେପି ତିନି ତଲାକ, ଉଜ୍ଜଳା ଯୋଜନା ଭଳି ଯୋଜନାକୁ ଢାଲ କରି ମହିଳାଙ୍କ ଭୋଟ୍ ହାତେଇବାକୁ ଉଦ୍ୟମ କରୁଛି। ସେହିପରି ସ୍କୁଟି ଯୋଜନା ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(SHGs) ପାଇଁ ଅନେକ ଯୋଜନା କରି ବିଜେଡି ନିଜର ମହିଳା ଭୋଟ ବ୍ୟାଙ୍କକୁ ବଜାୟ ରଖିବାକୁ ଚେଷ୍ଟା କରୁଛି।

ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିବା ବିଜେପିର ଏକ ସାହସିକ ପଦକ୍ଷେପ ବୋଲି କୁହାଯାଉଛି। ଏବେ ଦେଖିବାକୁ ବାକି ରହିଲା ଦଳ ମହାରାଷ୍ଟ୍ର ଓ ହରିଆଣାରେ ନିଜର ସଫଳତାକୁ ଓଡ଼ିଶାରେ ଦୋହରାଇବାରେ ସକ୍ଷମ ହେଉଛି କି ନାହିଁ।



[ad_2]

Leave a Reply

Your email address will not be published. Required fields are marked *

Back to top button