ଅଶ୍ୱିନୀ ବୈଷ୍ଣବଙ୍କୁ ପୁଣି ରିପିଟ୍ କରିବ କି ଦଳ? – Sahana Mela

[ad_1]
ଭୁବନେଶ୍ୱର:ପୁଣି ରିପିଟ ହେବେ କି ଅଶ୍ଵିନୀ ବୈଷ୍ଣବ? ଦଳ ପୁଣି ଦେବ କି ଟିକେଟ? ଓଡ଼ିଶାରୁ ଖାଲି ହେଉଥିବା ତିନି ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ିର ୨ ପ୍ରାର୍ଥୀ ଆଜି ନାମାଙ୍କନ ଭରି ସାରିଛନ୍ତି । ଏହା ପରେ ତୃତୀୟ ପ୍ରାର୍ଥୀ କିଏ ହେବେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଦେବାଶିଷ, ଶୁଭାଶିଷଙ୍କ ସହ ଓଡିଶାରୁ କିଏ ଯିବେ ରାଜ୍ୟସଭା ? ବିଜେଡି ଏହାର ତୃତୀୟ ପ୍ରାର୍ଥୀ ଦେବ ନା ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଏହାରି ମଧ୍ୟରେ ଅନେକ ପ୍ରଶ୍ନ ମଧ୍ୟରେ ରେଳମନ୍ତ୍ରୀ ପୁଣି ରାଜ୍ୟସଭାକୁ ରିପିଟ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଲାଣି ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୁଣି ରିପିଟ୍ କରାଯାଇପାରେ। ଏପରି କୁହାଯାଉଥିବା ବେଳେ ବୁଧବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରେ ଏହି ଚର୍ଚ୍ଚା ଆହୁରି ବଢ଼ି ବଢ଼ି ଚାଲିଥିବା ବେଳେ ତାଙ୍କର ରାଜ୍ୟ ଗସ୍ତରେ ଆସିବା ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ଗୁରୁବାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଥିବାରୁ ଅଶ୍ୱିନୀ ବୈଷ୍ଣବଙ୍କ ଏହି ଦୁଇ ଦିନିଆ ଓଡ଼ିଶା ଗସ୍ତ ଏହି ଚର୍ଚ୍ଚାକୁ ବଢାଇ ଦେଇଛି । ତେବେ ଫଳ ତାଙ୍କୁ ପୁଣି ରାଜନୀତିରେ ରିପିଟ୍ କରିବାକୁ ଦେଉଛି କି ନାହିଁ ତାହାକୁ ଅପେକ୍ଷା।
ଏହା ପରେ କୁହାଯାଉଛି ରାଜ୍ୟସଭା ପାଇଁ ଓଡିଶାରୁ ଅଶ୍ୱିନୀ ବୈଷ୍ଣବ ତୃତୀୟ ପ୍ରାର୍ଥୀ ହେଇପାରନ୍ତି । ପୂର୍ବଥର ଭଳି ବିଜେଡି ସମର୍ଥନରେ ସେ ସଂସଦକୁ ଯାଇପାରନ୍ତି । ଆସନ୍ତାକାଲି ଓଡିଶା ଆସିବା ପରେ ସେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି । ତେବେ ଯଦି ଅଶ୍ୱିନୀ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ ନକରନ୍ତି, ତେବେ ଓଡିଶାରୁ ତୃତୀୟ ଚେହେରା କିଏ ହେବ, ତାଏବେ ବି ସସପେନ୍ସ ଭିତରେ ରହିଛି ।
[ad_2]