ରାଜନୀତି

ନିିଜ ଅଭିଭାଷଣ ପ୍ରତି ଅଧିକ ସତର୍କ ରହିବାକୁ ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ପରାମର୍ଶ – Sahana Mela

[ad_1]


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସାର୍ବଜନୀନ ଅଭିଭାଷଣରେ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ନିର୍ବାଚନ କମିଶନ କହିଛନ୍ତି।

ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ କମିଶନ କାର୍ଯ୍ୟ କରୁଥିଲେ। ନଭେମ୍ବର ୨୨ରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ପିକ ପକେଟ୍’ ବୋଲି ଦେଇଥିବା ଭାଷଣ ପାଇଁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିର୍ବାଚନ ଆୟୋଗଙ୍କୁ କହିଥିଲେ।

ଅଦାଲତ କହିଛନ୍ତି ଯେ ଏହି ବୟାନ “ଭଲ ଲାଗୁନି” । ନିର୍ବାଚନ କମିଶନଙ୍କୁ ଏ ନେଇ ଆଠ ସପ୍ତାହ ମଧ୍ୟରେ ଆଇନ ଅନୁଯାୟୀ କାର୍ଯ୍ୟ କରିବାକୁ କହିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଷ୍ଟାର ପ୍ରଚାରକ ଏବଂ ରାଜନୈତିକ ନେତାଙ୍କ ପାଇଁ ନିକଟରେ ଦିଆଯାଇଥିବା ପରାମର୍ଶକୁ ପାଳନ କରିବାକୁ ନିର୍ବାଚନ ଆୟୋଗ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି।

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କଲେ ଦଳ, ପ୍ରାର୍ଥୀ ଓ ଷ୍ଟାର ପ୍ରଚାରକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗ ମାର୍ଚ୍ଚ ପହିଲାରେ ଦେଇଥିବା ମାର୍ଗଦର୍ଶିକାରେ ଚେତାବନୀ ଦେଇଛନ୍ତି।

ପୂର୍ବରୁ ନୋଟିସ୍ ପାଇଥିବା ଦଳୀୟ ପ୍ରଚାରକ ଓ ପ୍ରାର୍ଥୀଙ୍କୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ପନୌତି ଓ ପିକ୍ ପକେଟ ଭଳି ଶବ୍ଦ ବ୍ୟବହାର କରିବା ପରେ ନିର୍ବାଚନ କମିଶନ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଥିଲେ।



[ad_2]

Leave a Reply

Your email address will not be published. Required fields are marked *

Back to top button