ଖେଳ ଖବର

ବିଜେଡିରେ ଯୋଗ ଦେଲେ ଅରବିନ୍ଦ – Sahana Mela

[ad_1]

ଭୁବନେଶ୍ୱର : ଆଉ ଦିନ କେଇଟାପରେ ଘୋଷଣା ହେବ ନିର୍ବାଚନ ତାରିଖ I ଏହା ପୂର୍ବରୁ ଦଳ ମାନଙ୍କରେ ଚାଲିଛି ମିଶ୍ରଣ ପର୍ବ I ଆଜି ବିଜେଡି ରେ ଯୋଗ ଦେଇଛନ୍ତି ଅରବିନ୍ଦ ମହାପାତ୍ର । କେନ୍ଦ୍ରାପଡ଼ାର ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ନବୀନ ନିବାସ ପହଁଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଦ୍ଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେଇଛନ୍ତି । ଶତାଧିକ ସମର୍ଥକଙ୍କ ସହିତ ଯାଇ ସେ ବିଜେଡିରେ ଯୋଗଦାନ କରିଛନ୍ତି I

ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଥିଲେ ବିଜୟ ମହାପାତ୍ର । ତେବେ ୨୦୦୦ ମସିହାରେ ଟିକେଟ କଟିବା ସହ ବିଜୟଙ୍କୁ ଦୂରେଇ ଦେଇଥିଲା ଦଳ । ଏହାପରେ ଓଜିପି, ଏନସିପି,ବିଜେପିରେ ନିଜର ଭାଗ୍ୟପରୀକ୍ଷା କରିଥିଲେ ମଧ୍ୟ ପୁଣିଥରେ ବିଧାୟକ ଭାବେ ନିର୍ବାଚିତ ହୋଇପାରିନଥିଲେ ବିଜୟ । ତେବେ ୨୦୧୯ ନିର୍ବାଚନରେ ପରାଜୟ ପରେ ବିଜୟ ମହାପାତ୍ର ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ ।

ପୁଅ ଅରବିନ୍ଦ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଇଂଜିନିୟରିଂ କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଘରୋଇ ସଂସ୍ଥାରେ ଓଡିଶା ଶାଖାରେ କାମ କରୁଥିଲେ I ୨୦୧୯ ନିର୍ବାଚନ ପରଠାରୁ ତାଙ୍କୁ ପାଟକୁରା ଓ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଅନେକ ରାଜନୈତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା I ଏହାପରେ ସେ ରାଜନୀତି କରିବା ନେଇ ସ୍ପଷ୍ଟ କରିଥିଲେ । କିନ୍ତୁ କେଉଁ ଦଳକୁ ଅରବିନ୍ଦ ଯିବେ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ସେହିଭଳି ଏହା ପୂର୍ବରୁ ଦିବଙ୍ଗତ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

[ad_2]

Leave a Reply

Your email address will not be published. Required fields are marked *

Back to top button