ଖେଳ ଖବର
ଜୋର ଧରିଲା ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବି,କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ – Sahana Mela

[ad_1]
ଭୁବନେଶ୍ୱର : ଜୋର ଧରିଲା ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବି। ଏନେଇ ଆଜି କଂଗ୍ରେସ ପକ୍ଷରୁ ହୋଇଥିଲା ସଂକୀର୍ତନ ସତ୍ୟାଗ୍ରହ I ସାରା ରାଜ୍ୟରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିର ସାମ୍ନାରେ ଆଜି ଦିନ ୧୨ଟା ଯାଏଁ ଦୀପ ଜାଳିବା ସହ ଘଣ୍ଟ ଘଣ୍ଟା ବଜାଇ ଆନ୍ଦୋଳନ କରିଥିଲା ଦଳ । ସେହିପରି ଆଜି ଭୁବନେଶ୍ୱର କଂଗ୍ରେସ ଭବନ ସମ୍ମୁଖରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଖି ପ୍ରତିବାଦ କରୁଛନ୍ତି କଂଗ୍ରେସ କର୍ମୀ । ଗତ ଅକ୍ଟୋବର ୧୬ରେ କଂଗ୍ରେସ ବଡ଼ଦାଣ୍ଡରେ ପ୍ରତିବାଦ ରାଲି କରି ଶ୍ରୀମନ୍ଦିର ପ୍ରଶାସକଙ୍କୁ ଚାରିଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ନେଇ ଦାବି ପତ୍ର ମଧ୍ୟ ଦିଆଯାଇଥିଲା । ଦାବିପତ୍ର ମୁତାବକ ଅକ୍ଟୋବର ୨୮ ତାରିଖ ଭିତରେ ପଦକ୍ଷେପ ନେବାକୁ କୁହାଯାଇଥିଲା । ହେଲେ କଣ୍ଟ ପୁରିଥିଲେ ମଧ୍ୟ ଦାବି ପୂରଣ ହୋଇନଥିବାରୁ ପୁଣି କଂଗ୍ରେସ ଆଜିଠାରୁ ସଂକୀର୍ତନ ସତ୍ୟାଗ୍ରହ ଆରମ୍ଭ କରିଛି ।
[ad_2]