ମନୋରଞ୍ଜନ

ଜନ୍ମଦିନରେ ପ୍ରଶଂସକଙ୍କୁ ସରପ୍ରାଇଜ୍ ଦେଲେ ଅଭିନେତା ଅନୁପମ୍ ଖେର – Sahana Mela

[ad_1]


ମୁମ୍ବାଇ; ୬୯ବର୍ଷ ବୟସରେ ପାଦ ରଖିଲେ ଜାତୀୟ ପୁରସ୍କାର ବିଜେତା ଅଭିନେତା ଅନୁପମ ଖେର । ଅନୁପମ ଖେର ତାଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୬ତାରିଖରେ ଏକ ଭିଡିଓ ସେୟାର କରିଥିଲେ | ଏହି ଭିଡିଓରେ ସେ କହିଥିଲେ ଯେ ତାଙ୍କ ଜନ୍ମଦିନ ଅବସରରେ ସେ କିଛି ନୂଆ ଏବଂ ଚ୍ୟାଲେଞ୍ଜିଂ କରିବାକୁ ଯାଉଛନ୍ତି। ଆଜି ତାଙ୍କ ଜନ୍ମଦିନରେ ସେହି ସସପେନ୍ସ ଉପରୁ ପରଦା ଉଠାଇଛନ୍ତି ଏବଂ ତାଙ୍କ ପ୍ରଶଂସକ ଦେଇଛନ୍ତି ଏକ ସୁନ୍ଦର ସରପ୍ରାଇଜ୍ ।

ଗତକାଲି ସେୟାର ହୋଇଥିବା ଭିଡିଓରେ ଅନୁପମ ଖେର କହିଥିଲେ ଯେ, ପ୍ରତିବର୍ଷ ମୁଁ ମୋ ଜନ୍ମଦିନରେ ସେ କିଛି ନୂଆ ଓ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନିଏ । ଚଳିତ ବର୍ଷ ମଧ୍ୟ ମୁଁ ଏକ ନୂତନ ଯାତ୍ରା ଆରମ୍ଭ କରୁଛି । ଆଜି ଅଭିନେତା ତାଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ସେହି ନୂତନ ତଥା ଚ୍ୟାଲେଞ୍ଜର ପ୍ରକାଶ କରିଛନ୍ତି। ଅନୁପମ ଖେର ଏକ ନୂଆ ଚଳଚ୍ଚିତ୍ରର ନାମ ଘୋଷଣା କରିଛନ୍ତି ।

ଅନୁପମ ଖେର ଏକ୍ସରେ କହିଛନ୍ତି ଯେ, “ତନଭି ଦ ଗ୍ରେଟ୍” ନାମରେ ଏକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ଅନୁପମ୍ ଖେର କହିଛନ୍ତି ଯେ, ଆଜି ମୋ ଜନ୍ମଦିନ ଅବସରରେ ମୁଁ ଗର୍ବର ସହ ମୋ ନୂତନ ଚଳଚ୍ଚିତ୍ରର ନାମ ଘୋଷଣା କରୁଛି । ଯାହାକୁ ମୁଁ ନିର୍ଦ୍ଦେଶନା ଦେଇଛି । କିଛି କାହାଣୀ ନିଜର ରାସ୍ତା ନିଜେ ଖୋଜି ଦିଏ ଏବଂ ଆପଣଙ୍କୁ ତାହାକୁ ନେଇ ଦୁନିଆ ସହ ମେଳ ଖୁଆଇ ଚାଲିବାକୁ ବାଧ୍ୟ କରେ! ମୁଁ ଆରମ୍ଭ କରିବାକୁ ଯାଉଥିବା ଏହି ନୂତନ କାମ ପାଇଁ ପ୍ରଥମେ ମୋ ମା ଦୁଲାରୀଙ୍କ ମନ୍ଦିରକୁ ଯାଇ ତାଙ୍କ ଆଶୀର୍ବାଦ ନେବି ଏବଂ ମୋ ପିତାଙ୍କର ମଧ୍ୟ ଆଶୀର୍ବାଦ ନେଇ ଏହି କାମ ଆରମ୍ଭ କରିବି । ଅନୁପମ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଗତବର୍ଷରୁ ଏହି କାହାଣୀ ଉପରେ କାମ କରୁଛି । ଏବଂ ଶେଷରେ ମହାଶିବରାତ୍ରୀର ଶୁଭ ଦିନରେ ଆସନ୍ତାକାଲିଠାରୁ ଶୁଟିଂ ଆରମ୍ଭ ହେବ | ନିଜକୁ ଚ୍ୟାଲେଞ୍ଜ କରିବା ପାଇଁ ଜନ୍ମଦିନ ହେଉଛି ସବୁଠାରୁ ସର୍ବୋତ୍ତମ ଦିନ! ମୋତେ ଆପଣଙ୍କର ଭଲପାଇବା, ଶୁଭେଚ୍ଛା ଏବଂ ଆଶୀର୍ବାଦ ଦିଅନ୍ତୁ । ଓମ୍ ନମଃ ଶିବାୟ!

ସୂଚନାଯୋଗ୍ୟ ଯେ, ୨୦୦୨ ମସିହାରେ ଅନୁପମ ଖେର ‘ଓମ ଜୟ ଜଗଦୀଶ’ ନାମକ ଏକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ରଟି ତିନି ଭାଇଙ୍କ କାହାଣୀ ଥିଲା, ଯାହାର ଚରିତ୍ରରେ ଅନିଲ କପୁର, ଫରଦୀନ ଖାନ ଏବଂ ଅଭିଷେକ ବଚ୍ଚନ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ମହିମା ଚୈଧୁରୀ, ଉର୍ମିଲା ମାତୋନ୍ଦର ଏବଂ ତାରା ଶର୍ମା ମଧ୍ୟ ଥିଲେ। ଅନୁପମ ଖେରଙ୍କୁ ଗତ ମାର୍ଚ୍ଚ ୧ ତାରିଖରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କାଗଜ ୨’ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ଦର୍ଶନ କୁମାର, ନୀନା ଗୁପ୍ତା ଏବଂ ସ୍ୱର୍ଗତ ଅଭିନେତା ସତୀଶ କୌଶିକ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।



[ad_2]

Leave a Reply

Your email address will not be published. Required fields are marked *

Back to top button