ରାଜନୀତି

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆପ୍ ନେତା ସୌରଭ ଭରଦ୍ବାଜ ଓ ବିରେନ୍ଦର ସିଂ କାଡିଆନ – Sahana Mela

[ad_1]


ଭୁବନେଶ୍ୱର: ଅସନ୍ତାକାଲି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦିଲ୍ଲୀ ମନ୍ତ୍ରୀ ତଥା ଆପ୍ ନେତା ସୌରଭ ଭରଦ୍ବାଜ ଏବଂ ରାଜ୍ୟ ପ୍ରଭାରୀ ବିରେନ୍ଦର ସିଂ କାଡିଆନ। ଦଳୀୟ କାର୍ଯ୍ୟକ୍ରମରେ ଓଡ଼ିଶା ଗସ୍ତରେ ଆସି ଦିନ ୧୧.୫୫ ସମୟରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ ।

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆଦମୀ ପାର୍ଟି(ଆପ) ମଧ୍ୟ ନିଜର ଦଳକୁ ମଜବୁତ କରିଛି। ନିର୍ବାଚନ ପୂର୍ବରୁ ରାଜ୍ୟ ପ୍ରଭାରୀ ବିରେନ୍ଦର ସିଂ କାଡିଆନଙ୍କ ତିନି ଦିବସୀୟ ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ଗସ୍ତ ରହିଛ। ଏହି ଗସ୍ତରେ ସେ ଦଳକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ବୋଲି ଚର୍ଚ୍ଚା ହେଉଛି।

 

ଅନ୍ୟପଟେ କ୍ରମାଗତ ଭାବେ ଦଳବିରୋଧୀ ମନ୍ତବ୍ୟ ପାଇଁ ରଙ୍ଗା ଚରଣ ପ୍ରଧାନଙ୍କୁ ଆମ୍ ଆଦମୀ ପାର୍ଟିରୁ ବହିଷ୍କାର କରାଯାଇଥିବା ନେଇ ରାଜ୍ୟ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି।

 



[ad_2]

Leave a Reply

Your email address will not be published. Required fields are marked *

Back to top button