ଯଶସ୍ୱୀଙ୍କ ନାମରେ ଯୋଡି ହେଲା ଅନେକ କୀର୍ତିମାନ – Sahana Mela

[ad_1]
ଧର୍ମଶାଳା: ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ଭାରତର ଓପନର ଯଶସ୍ୱୀ ଜୈସୱାଲ ଅନେକ କୀର୍ତିମାନ ସ୍ଥାପନ କରିଛନ୍ତି । ସବୁଠାରୁ କମ ଇନିଂସରେ ୧୦୦୦ରନ ହାସଲରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଯଶସ୍ୱୀ ୧୬ ଇନିଂସରେ ଏହା ସଫଳତା ହାସଲ କରିଥବା ବେଳେ ବିନୋଦ କାମ୍ବଲୀ ୧୪ ଇନିଂସ ସହ ଏବେ ବି ଶୀର୍ଷରେ ରହିଛନ୍ତି । ତାଙ୍କ ପଛକୁ ମୟଙ୍କ ଅଗୱାଲ(୧୯) ଓ ସୁନୀଲ ଗାଭାସ୍କର(୨୧) ରହିଛନ୍ତି । ସେହିପରି କମ ମ୍ୟାଚରେ ୧୦୦୦ ରନ ହାସଲ କରିବାରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଡନ ବ୍ରାଡମ୍ୟାନ ୭ ଇନିଂସରେ ଏହି କୀର୍ତିମାନ ସ୍ଥାପନ କରିଥିବା ବେଳେ ଏର୍ବଟନ ୱିକ୍ସ, ହର୍ବର୍ଟଫ୍ଟଫିଲକ, ଜର୍ଜ ହାଡଲୀ ଏଥିପାଇଁ ୯ ମ୍ୟାଚ ଖେଳିଛନ୍ତି । ସୁନୀଲ ଗାଭାସ୍କର ଓ ଚେତେଶ୍ୱର ପୂଜାରା ୧୧ ଲେଖାଏଁ ମ୍ୟାଚରେ ୧୦୦୦ ରନ କରିଥିଲେ ।
୧୦୦୦ ଟେଷ୍ଟ ରନ କରିବା ପାଇଁ ଯଶସ୍ୱୀ ୨୩୯ ଦିନ ସମୟ ନେଇ ୫ମ ସ୍ଥାନରେ ରହିଛନ୍ତି । ମାଥକେଲ ହସୀ(୧୬୬), ଆର୍ଡନ ମାର୍କରାମ(୧୮୫), ଆଡାମ ବୋଜେସ(୨୦୭) ଓ ଆଣ୍ଡ୍ର୍ୟ ଷ୍ଟ୍ରସ ୨୨୭ ଦିନରେ ୧୦୦୦ ରନ ସଂଗ୍ରହ କରିଥିଲେ । କମ ବୟସରେ ୧୦୦୦ ରନ ହାସଲ କରିବାରେ ଯଶସ୍ୱୀ ଭାରତର ଚତୁର୍ଥ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ସେ ୨୨ ବର୍ଷ ୭୦ ଦିନରେ ଏହି ସଫଳତା ହାସଲ କରିଛନ୍ତି । ସଚିନ ତେନ୍ଦୁଲକର( ୧୯ ବର୍ଷ ୨୧୭ ଦିନ), କପିଳ ଦେବ( ୨୧ ବର୍ଷ, ୨୭ ଦିନ) ଓ ରବି ଶାସ୍ତ୍ରୀ(୨୧ ବର୍ଷ ୧୯୭ ଦିନ) ଯଥାକ୍ରମେ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି । ଦ୍ରୁତ ୧୦୦୦ ରନ ହାସଲ ବେଳେ ଯଶସ୍ୱୀଙ୍କ ବ୍ୟାଟିଂ ଆଭରେଜ ୭୧.୪୩ ରହିଛି । ବିନୋଦ କାମ୍ବଲୀ(୮୩.୩୩) ଓ ଚେତେଶ୍ୱର ପୂଜାରା (୭୧.୪୩) ସହ ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି ।
[ad_2]