ଦେଶ- ବିଦେଶ

ଚାକିରି ପ୍ରଲୋଭନ ଦେଖାଇ ରୁଷକୁ ମାନବ ଚାଲାଣ; ସିବିଆଇର ଖୋଳତାଡ଼ ଆରମ୍ଭ – Sahana Mela

[ad_1]


ନୂଆଦିଲ୍ଲୀ: ରୁଷରେ ଚାକିରି ପ୍ରଲୋଭନ ଦେଖାଇ ଭାରତରୁ ମାନବ ଚାଲାଣ  କରୁଥିବା ରାକେଟ ନେଇ ଖୋଳତାଡ ଆରମ୍ଭ କରିଛି ସିବିଆଇ । ତଦନ୍ତରୁ ଜଣାପଡ଼ିଛି, ବୁଲିବାକୁ କିମ୍ୱା ଚାକିରି ଆଶାରେ ରୁଷ ଯାଉଥିବା ଭାରତୀୟ ନାଗରିକଙ୍କୁ ସେନାରେ ସାମିଲ କରି ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଲଢ଼ିବାକୁ ବାଧ୍ୟ କରାଯାଉଛି।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ରୁଷକୁ ଭରତରୁ ମାନବ ଚାଲାଣ କରୁଥିବା ଘଟଣାରେ ଜଡ଼ିତ ନେଟୱାର୍କ ବିଷୟରେ  ଜାଣିବାକୁ ପାଇଛି । ଚାକିରି ବାହାନା କରି ରୁଷକୁ ପଠା ଯାଉଥିବା ଯୁବକମାନଙ୍କ ଉପରେ ହେଉଥିବା ଠକେଇ ବିରୋଧରେ  ସିବିଆଇ ଗତକାଲି ୭ଟି ସହରରେ ଚଢ଼ଉ କରିଛି। ଦିଲ୍ଲୀ, ଥିରୁବନନ୍ତପୁରମ, ମୁମ୍ୱାଇ, ଅମ୍ୱାଲା, ଚଣ୍ଡିଗଡ଼, ମଦୁରାଇ, ଚେନ୍ନାଇର ୧୩ଟି ସ୍ଥାନରେ  ସିବିଆଇ ସର୍ଚ୍ଚ କରିଥିଲା ।  ଚୋରାଚାଲାଣକାରୀ ଦ୍ୱାରା ବିଦେଶକୁ ପଠାଯାଇଥିବା ଅତି କମରେ ୩୫ଟି ମାମଲା ଚିହ୍ନଟ ହୋଇଛି । ଏହାପରେ ସିବିଆଇ ପକ୍ଷରୁ ଭିସା ଏଜେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ନିକଟରେ ହାଇଦ୍ରାବାଦର ଜଣେ ବ୍ୟକ୍ତି ଚାକିରି ପାଇଁ ରୁଷ  ଯାଇଥିଲେ । ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା । ଉକ୍ତ ବ୍ୟକ୍ତିଙ୍କୁ ଚାକିରିର ବାହାନା କରି ରୁଷକୁ ଡକାଯାଇଥିଲା । ଏହାପରେ ତାଙ୍କୁ ରୁଷର ଏକ ଘରୋଇ ସେନାରେ ନିଯୁକ୍ତ କରାଯାଇଥିଲା ।  ତା’ପରେ ସେ ୟୁକ୍ରୋନ ବିରୋଧରେ ଯୁଦ୍ଧ କରିବାକୁ ବାଧ୍ୟ ହୋଇଥିଲେ । ଏହିଭଳି ଘଟଣାରେ ଏପର୍ଯ୍ୟନ୍ତ ୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button