ଖେଳ ଖବର

ପଦାର୍ପଣ ଟେଷ୍ଟରେ ଭାରତ ପକ୍ଷରୁ ୩୬ ବର୍ଷ ପରେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କଲେ ଦେବଦତ – Sahana Mela

[ad_1]


ଧର୍ମଶାଳା: ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ଭାରତର ଦେବଦତ ପାଡିକଲ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ପଦାର୍ପଣ ସହ ଏକ ବଡ ଉପଲବ୍ଧି ମଧ୍ୟ ହାସଲ କରିଛନ୍ତି । ପାଖାପାଖି ୩୬ ବର୍ଷ ପରେ ସେ ଭାରତ ପକ୍ଷରୁ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ପଦାର୍ପଣ ମ୍ୟାଚରେ ୬୫ ରନର ଆକର୍ଷଣୀୟ ଇନିଂସ ମଧ୍ୟ ଖେଳିଛନ୍ତି । ୧୯୮୮ରେ ଡବ୍ଲ୍ୟୁ ଭି ରମଣ ଶେଷ ଥର ପାଇଁ ୪ ନମ୍ବର ସ୍ଥାନରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ସଚିନ ତେନ୍ଦୁଲକର ଓ ବିରାଟ କୋହଲି ଦୀର୍ଘ ସମୟ ଧରି ଏହି ସ୍ଥାନରେ ବ୍ୟାଟିଂ କରୁଥିବାରୁ ଅନ୍ୟମାନଙ୍କୁ ପ୍ରାୟତଃ ସୁଯୋଗ ମିଳିନି ।

ଦେବଦତଙ୍କ ପୂର୍ବରୁ ସିକେ ନାୟୁଡୁ, ବିଜୟ ହଜାରେ, ହେମୁ ଅଧିକାରୀ, ରାମନାଥ କେନୀ, ଅପୂର୍ବ ସେନଗୁପ୍ତା, ମଂସୁର ଅଲୀ ଖାଁ ପଟୌଦ୍ଦି, ଗୁଣ୍ଡାପ୍ପା ବିଶ୍ୱନାଥ ଓ ରମଣ ୪ ନମ୍ବର ସ୍ଥାନରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଛନ୍ତି । ୧୯୬୯ରେ ଏହି ସ୍ଥାନରେ ବ୍ୟାଟିଂ କରି ବିଶ୍ୱନାଥ ଅଷ୍ଟ୍ରେଲିଆ ବିପକ୍ଷରେ ୧୩୭ ରନ କରିଥିଲେ । ଦେବଦତ ୬୫ ରନ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଦେବଦତ ଓ ସର୍ଫରାଜ ଖାଁ ୫ମ ୱିକେଟରେ ୯୭ ରନ ଯୋଗ କରିଥିଲେ ।



[ad_2]

Leave a Reply

Your email address will not be published. Required fields are marked *

Back to top button