ରାଜନୀତି

ଛିଣ୍ଡିଲାନି ମେଣ୍ଟ ଗଣିତ? ଏକାକୀ ବିଜେପି ନିର୍ବାଚନ ଲଢ଼ିବ କହିଲେ ମନମୋହନ ସାମଲ – Sahana Mela

[ad_1]


ଭୁବନେଶ୍ୱର: ଦିଲ୍ଲୀରୁ ଫେରିଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଦିଲ୍ଲୀ ଗସ୍ତ ସମୟରେ ମେଣ୍ଟ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ଯାହା ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଓ ବିଜୁ ଜନତା ଦଳ ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ନେଇ ଯେଉଁ କଳ୍ପନାଜଳ୍ପନା ଚାଲିଛି ତାହା ଏବେ ଆହୁରି ଅସ୍ପଷ୍ଟ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆସନ ବଣ୍ଟନ ନେଇ ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ସହମତି ହୋଇପାରିନାହିଁ ତେଣୁ ଏବେ ବିଜେପି ମେଣ୍ଟ ବାବଦରେ ଆଲୋଚନା ହୋଇନି ବୋଲି କହିଛି।

ମନମୋହନ ସାମଲ କହିଛନ୍ତି, ଓଡ଼ିଶାରେ ବିଜେପି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ। କିଭଳି ସରକାର କରିବ, ସେ ନେଇ ଆଲୋଚନା ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢ଼ିବ ନେଇ ଆଲୋଚନା ହୋଇଛି।

ବିଜେପି ଲୋକସଭାରେ ଅଧିକ ଆସନ ପାଇଁ ଦାବି କରୁଥିବା ବେଳେ ବିଜେଡି ବିଧାନସଭା କ୍ଷେତ୍ରରେ ୧୦୦ରୁ ଅଧିକ ଆସନରେ ଲଢ଼ିବାକୁ ଦାବି କରୁଛି। ମନମୋହନ ସାମଲଙ୍କ ସମେତ ରାଜ୍ୟ ବିଜେପି ନେତାମାନେ ଦିଲ୍ଲୀରେ ରହି ନିର୍ବାଚନରଣନୀତି ଓ ମେଣ୍ଟର ସମ୍ଭାବନା ସମ୍ପର୍କରେ ଆଲୋଚନା କରିଛନ୍ତି। କୁହାଯାଉଛି ରାଜ୍ୟରେ ବିଜେପି ଏକାକୀ ଲଢ଼ିଲେ ଭଲ ପ୍ରଦର୍ଶନ କରିପାରିବ ବୋଲି ମନମୋହନ ସାମଲ କେନ୍ଦ୍ର ନେତାଙ୍କ ଆଗରେ ଦାବି କରିଥିବା ସୂଚନା ରହିଛି।

ସେପଟେ ବିଜେଡିର ଦୁଇ ନେତା ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି। ହେଲେ ଏ ବାବଦରେ ନିରବ ରହିଛନ୍ତି। ଭୁବନେଶ୍ୱର ଫେରିବା ପରେ ଶଙ୍ଖ ଭବନରେ ବିଜେଡି ମହିଳା ଦିବସ ସମାରୋହରେ ଯୋଗ ଦେଇଥିଲେ ଏହି ଦୁଇ ବିଜେଡି ନେତା।

ସାମଲଙ୍କ ପୂର୍ବରୁ ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟ କରିଥିଲେ ଯେ କୌଣସି ଆନୁଷ୍ଠାନିକ ଆଲୋଚନା ହୋଇନାହିଁ ଏବଂ ମେଣ୍ଟ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏକାକୀ ନିର୍ବାଚନ ଲଢ଼ିଲେ ଅନୁକୂଳ ଫଳାଫଳ ମିଳିପାରିବ ବୋଲି ରାଜ୍ୟ ସଭାପତି ଓ ଦଳର ପ୍ରମୁଖ ନେତାମାନେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଜଣାଇଛନ୍ତି। ତେଣୁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଅନୁଯାୟୀ ବିଜେପି କାର୍ଯ୍ୟ କରିବ।



[ad_2]

Leave a Reply

Your email address will not be published. Required fields are marked *

Back to top button