ଦେଶ- ବିଦେଶ

ୱାୟନାଡରେ ରାହୁଲଙ୍କ ବିରୋଧରେ ପ୍ରାର୍ଥୀ କିଏ, ବଢ଼ିବ କି ଇଣ୍ଡିଆ ମେଣ୍ଟର ଫାଟ? – Sahana Mela

[ad_1]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆନୁଷ୍ଠାନିକ ଭାବେ ୩୯ ଜଣପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ସ୍ଥାନ ପାଇଥିବା ଉଲ୍ଲେଖନୀୟ ନାମ ମଧ୍ୟରେ ଅଛନ୍ତି ରାହୁଲ ଗାନ୍ଧି, ଯିଏ କି ପୁଣି ଥରେ କେରଳର ୱାୟନାଡରୁ ନିର୍ବାଚନ ଲଢ଼ିବେ। ଏହି ନିର୍ବାଚନ ଲଢେଇରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ହେବେ ସିପିଆଇର ଆନି ରାଜା। ଯିଏକି ଇଣ୍ଡିଆ ମେଣ୍ଟରେ ସାମିଲ ଥିବା ଦଳର ନେତ୍ରୀ।

୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧି ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ: ସେ ଆମେଠିରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କଠାରୁ ପରାଜିତ ହୋଇଥିଲେ, କିନ୍ତୁ ୱାୟନାଡରେ ବିଜୟୀ ହୋଇଥିଲେ।

ରାହୁଲ ପୁଣି ଥରେ ଆମେଠିରେ ମୈଦାନକୁ ଓହ୍ଲାଇବେ କି ନାହିଁ, ସେ ପ୍ରଶ୍ନର ଉତ୍ତର ମିଳିପାରିନାହିଁ। ଏ ସମ୍ପର୍କରେ କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ପଚାରିବାରୁ ସେ କହିଛନ୍ତି, ଦ୍ୱିତୀୟ ତାଲିକାକୁ ଅପେକ୍ଷା କରନ୍ତୁ।

ସିପିଆଇର ଆନି ରାଜା ଏହି ଆସନରୁ ପ୍ରାର୍ଥୀ ହୋଇଥିବାରୁ ଇଣ୍ଡିଆ ମେଣ୍ଟରେ ମଧ୍ୟ ଫାଟ ସୃଷ୍ଟି ହୋଇପାରେ। କାରଣ ନିକଟରେ ଚର୍ଚ୍ଚା ହେଉଥିଲା କି ଏହି ଆସନ ମୁସଲିମ ବହୁଳ ହୋଇଥିବାରୁ ଇଣ୍ଡିଆ ମେଣ୍ଟରେ ଥିବା ଆଉ ଏକ ଦଳ ମଧ୍ୟ ଏହି ଆସନ ପାଇଁ ଦାବି କରୁଥିଲା। ପରେ ଆନି ରାଜାଙ୍କ ନାମ ସିପିଆଇ ଘୋଷଣା କରିଥିଲା। ସେତେବେଳେ କୁହାଯାଉଥିଲା ସେଫ ସିଟ୍ ପାଇଁ ରାହୁଲ ଗାନ୍ଧୀ କର୍ଣ୍ଣାଟକ ଏବଂ ତେଲେଙ୍ଗାନାର କୌଣସି ଆସନରୁ ପ୍ରାର୍ଥୀ ହୋଇପାରନ୍ତି।

ଆମେଠିରୁ ଲଢ଼ିବେନି ରାହୁଲ?

ବହୁ ପ୍ରତୀକ୍ଷିତ ଆମେଠି ଆସନରେ କଂଗ୍ରେସ ଦଳର ପରିଚାଳନାକୁ କଡ଼ା ସମାଲୋଚନା କରି ବିଜେପି ନେତା ଅମିତ ମାଲବ୍ୟ ପ୍ରଶ୍ନ କରିଛନ୍ତି ଯେ ରାହୁଲ ଗାନ୍ଧିଙ୍କୁ ଉକ୍ତ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ନ କରିବା ପାଇଁ ସେମାନେ ଭୟଭୀତ ଅଛନ୍ତି କି?

କଂଗ୍ରେସ ଦଳ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ମାଲବ୍ୟ ଏହି ବୟାନ ଦେଇଛନ୍ତି, ଯେଉଁଥିରେ ଉତ୍ତରପ୍ରଦେଶରେ ପ୍ରାର୍ଥୀଙ୍କ ନାମ ବାଦ୍ ଦିଆଯାଇଛି। ଏହି ତାଲିକାରେ ରାଏବରେଲି କିମ୍ବା ଆମେଠି ବିଷୟରେ ଉଲ୍ଲେଖ କରାଯାଇ ନାହିଁ, ଯେଉଁ ଆସନରୁ ରାହୁଲ ଗାନ୍ଧୀ ପୂର୍ବରୁ ଲୋକସଭା ନିର୍ବାଚନ ଜିତିଥିଲେ କିନ୍ତୁ ୨୦୧୯ରେ ବିଜେପିଠାରୁ ହାରିଯାଇଥିଲେ।

ବିଜେପିର ଆଇଟି ସେଲ୍ ପ୍ରଭାରୀ ଅମିତ ମାଲବ୍ୟ ଟୁଇଟ୍ କରି ଲେଖିଛନ୍ତି, ରାହୁଲ ଗାନ୍ଧି ଆମେଠିରୁ ନିର୍ବାଚନ ଲଢ଼ିବେ ନାହିଁ। ଡରି ଗଲେ କି?

ପ୍ରଥମ ତାଲିକା ଅନୁଯାୟୀ କେରଳର ୱାୟନାଡ ଆସନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ସେ ଆମେଠି ଫେରି ନିଜ ପୂର୍ବ ଗଡ଼ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ତାହା ଅନିଶ୍ଚିତ ରହିଛି। ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ପରାଜୟ ପର୍ଯ୍ୟନ୍ତ ରାହୁଲ ଗାନ୍ଧି ୨୦୦୪ ରୁ ଲଗାତାର ତିନି ଥର ଆମେଠି ନିର୍ବାଚନ ମଣ୍ଡଳୀରୁ ବିଜୟ ହାସଲ କରିଥିଲେ।

ସେପଟେ ୨୦୧୯ରୁ ଆମେଠିରେ ଦାୟିତ୍ୱ ତୁଲାଉଥିବା ସ୍ମୃତି ଇରାନୀଙ୍କୁ ଏହି ଆସନପାଇଁ ବିଜେପି ପ୍ରାର୍ଥୀ କରିଛି । ନିକଟରେ ଆମେଠିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ମୃତି ଇରାନୀ ରାହୁଲ ଗାନ୍ଧିଙ୍କୁ ଆଗାମୀ ଲୋକସଭା ନିର୍ବାଚନରେ ଏହି ଆସନରୁ ନିର୍ବାଚନ ଲଢ଼ିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି।

[ad_2]

Leave a Reply

Your email address will not be published. Required fields are marked *

Back to top button