କଂଗ୍ରେସକୁ ଲାଗିଲା ବଡ ଝଟକା, ବିଜେପିରେ ସାମିଲ ହେଲେ ଏହି ବଡ ନେତା – Sahana Mela
[ad_1]
ଭୋପାଲ; ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା । ବିଜେପିରେ ସାମିଲ ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଥିବା ବିଜେପି କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ ହୋଇଛନ୍ତି । ସିଏମ ମୋହନ ଯାଦବ, ପୂର୍ବତନ ସିଏମ ଶିବରାଜ ସିଂ ଚୌହାନ, କୈଳାଶ ବିଜୟଭର୍ଗିଆ ଏବଂ ମଧ୍ୟପ୍ରଦେଶ ବିଜେପି ସଭାପତି ଭି.ଡି ଶର୍ମାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି ।
ଲୋକସଭା ନିର୍ବାଚନ ପାଇଁ ଆଉ ମାତ୍ର କେଇଟା ଦିନ ବାକି । ଏହାରିଭିତରେ ବିଜେପି ମଧ୍ୟ ତା’ର ପ୍ରାର୍ଥୀ ତାଲିକାର ପ୍ରଥମ ତାଲିକା ପ୍ରକାଶ କରିଛି। ଏଥିରେ ମଧ୍ୟପ୍ରଦେଶର ବହୁ ପ୍ରାର୍ଥୀଙ୍କ ନାମ ମଧ୍ୟ ରହିଛି। ନିର୍ବାଚନକୁ ଆଉ ଅଳ୍ପ ସମୟ ବାକି ଥିବାରୁ ରାଜନୈତିକ ଦଳମାନେ ନିଜ ନିଜ ଦଳର ସଦସ୍ୟ ବିସ୍ତାର କରିବାରେ ଲାଗିପିଛନ୍ତି । ଏହି ପରିପ୍ରେକ୍ଷୀରେ ଭେଟେରାନ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀ ବିଜେପିରେ ଯୋଗ ଦେଇଛନ୍ତି। ପଚୌରୀ ମଧ୍ୟପ୍ରଦେଶ କଂଗ୍ରେସର ରାଜ୍ୟ ସଭାପତି ଥିଲେ । ସେ ରାଜ୍ୟସଭାର ସାଂସଦ ମଧ୍ୟ ଥିଲେ । ବିଜେପିରେ ସୁରେଶ ପଚୌରୀଙ୍କ ସାମିଲକୁ ନେଇ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି।
ପଚୌରୀଙ୍କୁ ୨୦୨୩ ମସିହାରେ କଂଗ୍ରେସ ଟିକେଟ ଦେଇନଥିବାରୁ ସେ ଦଳ ଛାଡିଦେଇଥିଲେ। ବିଜେପିରେ ଯୋଗଦେବା ପରେ ପୂର୍ବତନ ଶିବରାଜ ସିଂ କହିଛନ୍ତି ଯେ, ଆଜିର ଘଟଣା ମଧ୍ୟପ୍ରଦେଶରେ ଏକ ଅସାଧାରଣ ଘଟଣା। ସେ କହିଛନ୍ତି ଯେ, ଛାତ୍ର ଦିନରୁ ପଚୌରୀ ଜଣେ ବଡ ନେତା ରହିଆସିଛନ୍ତି। ମୁଁ ମଧ୍ୟ ତାଙ୍କର ପ୍ରଶଂସକ ଅଟେ।
[ad_2]