ଦେଶ- ବିଦେଶ

ପ୍ରଥମ ଥର ପାଇଁ ରାମ ନବମୀକୁ ଛୁଟି ଘୋଷଣା କଲେ ମମତା ସରକାର, ବିଜେପି କହିଲା ‘ସେ ବାଧ୍ୟ…’ – Sahana Mela

[ad_1]


କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୁଳ କଂଗ୍ରେସ ସରକାର ରାମ ନବମୀ ଅବସରରେ ଏପ୍ରିଲ ୧୭ କୁ ସାଧାରଣ ଛୁଟି ଘୋଷଣା କରିଛନ୍ତି। ୨୦୧୧ ମସିହାରେ ରାଜ୍ୟରେ କ୍ଷମତାକୁ ଆସିବା ପରେ ତୃଣମୁଳ ସରକାର ପ୍ରଥମ ଥର ପାଇଁ ରାମ ନବମୀଙ୍କୁ ସାଧାରଣ ଛୁଟି ଘୋଷଣା କରିଛନ୍ତି। ରାଜ୍ୟ ସରକାର ଦେଇଥିବା ବିଜ୍ଞପ୍ତି ଅନୁଯାୟୀ, ଅତ୍ୟାବଶ୍ୟକ ସେବା ବ୍ୟତୀତ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ସେମାନଙ୍କ ସହ ଜଡିତ ସଂଗଠନ ଏବଂ କାର୍ଯ୍ୟାନୁଷ୍ଠାନ ଏପ୍ରିଲ ୧୭ରେ ବନ୍ଦ ରହିବ।

ଏହାରି ଭିତରେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ବିଜେପି ଚାପରେ ମମତା ବାନାର୍ଜୀ ସରକାର ରାମନବମୀଦିନ ଛୁଟି ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି । ଅଧିକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, “ଏହା ପ୍ରଥମ ଥର ହୋଇଛି ଯେ ରାଜ୍ୟ ସରକାର ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କୁ ସମ୍ମାନ ଦେଇ ଏହି ଛୁଟି ଘୋଷଣା କରିଛନ୍ତି । ମୁଁ ଜାନୁଆରୀରେ ହୋଇଥିାବ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଛୁଟି ନଦେଇଥିବାରୁ ମୁଁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲି, ତେଣୁ ଆଜି ରାଜ୍ୟ ସରକାର ଛୁଟି ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି ।“

ବିଜେପିର ଆଇଟି ସେଲ ମୁଖ୍ୟ ତଥା ପଶ୍ଚିମବଙ୍ଗ ପାଇଁ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅମିତ ମାଲଭିଆ ଦାବି କରିଛନ୍ତି ଯେ “ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଯିଏ କି ‘ଜୟ ଶ୍ରୀ ରାମ’ର ସ୍ଲୋଗାନ ଶୁଣିବା ମାତ୍ରେ କ୍ରୋଧରେ ନୀଳ ପଡିଯାଆନ୍ତି ଶେଷରେ ସେ ଆଜି ରାମ ନବମୀକୁ ଛୁଟି ଘୋଷଣା କରିଛନ୍ତି । “ମାଲଭିଆ X ରେ କରିଥିବା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ ଯଦିଓ ଏଥିରେ ଅନେକ ଡେରି ହୋଇଛି ତଥାପି ମମତା ବାନାର୍ଜୀ ହିନ୍ଦୁ ବିରୋଧୀ ଭାବମୂର୍ତ୍ତିରେ ଉନ୍ନତି ଆଣିବା ପାଇଁ ଏହା କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ରାମ ନବମୀ ଶୋଭାଯାତ୍ରାରେ ହିଂସା ଘଟଣା ଘଟିଥିଲା। ଗତ ବର୍ଷ ରାମ ନବମୀ ଶୋଭାଯାତ୍ରାରେ ତିନୋଟି ସ୍ଥାନରୁ ହିଂସାର ଖବର ଆସିଥିଲା। ତେଣୁ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ୱାରା ଅନୁସନ୍ଧାନ କରାଯାଉଥିବା ।



[ad_2]

Leave a Reply

Your email address will not be published. Required fields are marked *

Back to top button