ଖେଳ ଖବର

ଜାତୀୟ ଜୁନିୟର ଫେଡେରେଶନ ଆଥଲେଟିକ୍ସ: ଓଡିଶାକୁ ୭ ପଦକ – Sahana Mela

[ad_1]


ଭୁବନେଶ୍ୱର: ଲକ୍ଷ୍ନୌରେ ଅନୁଷ୍ଠିତ ଜାତୀୟ ଜୁନିୟର ଫେଡେରେଶନ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ଆଥଲେଟମାନେ ଚମତ୍କାର ପ୍ରଦର୍ଶନ କରି ୭ ପଦକ ଜିତିଛନ୍ତି । ଏଥିରେ ୩ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୨ ବ୍ରୋଞ୍ଜ ସାମିଲ । ପ୍ରତିଯୋଗିତାରେ ୧୪ଜଣ ଆଥଲେଟ ଅଂଶଗ୍ରହଣ କରିଥିଲେ । ଦଣ୍ଡପତି ମୃତ୍ୟୁମ ଜୟରାମ ୧୦୦ ଓ ୨୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରି ଓଡିଶାକୁ ଗୌରବାନ୍ୱିତ କରିଛନ୍ତି । ୧୦୦ ମିଟର ରେସକୁ ୧୦.୬୭ ସେକେଣ୍ଡ ଓ ୨୦୦ ମିଟରକୁ ୨୧.୫୯ ସେକେଣ୍ଡରେ ଶେଷ କରିଥିଲେ । ସେ ଏଥିସହ ଦୁବାଇରେ ହେବାକୁ ଥିବା ୨୧ତମ ଏସିଆନ ଜୁନିୟର (୨୦ ବର୍ଷରୁ କମ) ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ପୁରୁଷ ୪୦୦ ମିଟରରେ ଉଦୀୟମାନ ଆଥଲେଟ ବାପି ହାଁସଦା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୪୬.୯୦ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ପୂର୍ବ ରେକର୍ଡ (୪୬.୯୩)କୁ ଭାଙ୍ଗିଥିଲେ । ହାଁସଦା ଏସିଆନ ଜୁନିୟର ଓ ବିଶ୍ୱ ଜୁନିୟର ଆଥଲେଟିକ୍ସ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତିି । ପୁରୁଷ ଓ ମହିଳା ୧୦୦ ମିଟର ରେସରେ ମହେନ୍ଦ୍ର ସାନ୍ତା ଓ ସବିତା ଟପ୍ପୋ ରୌପ୍ୟ ପଦକ ଜିତିଛନ୍ତି । ସବିତା ଏସିଆନ ଜୁନିୟର ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ମହିଳା ୮୦୦ ମିଟର ଦୌଡ ଓ ପୁରୁଷ ଟ୍ରିପଲ ଜମ୍ପରେ ଯଥାକ୍ରମେ ଲକ୍ଷ୍ମୀପ୍ରୀୟା କିଶାନ ଓ ସ୍ୱାଗତ ବେହେରା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଜୟରାମ, ମହେନ୍ଦ୍ର ଓ ସବିତା କିଟ ୟୁନିଭରସିଟିର ଛାତ୍ର ହୋଇଥିବା ବେଳେ ସମସ୍ତ ପଦକ ବିଜେତା ଓଡିଶା ରିଲାଏନ୍ସ ଫାଉଣ୍ଡେଶନ ଆଥଲେଟିକ୍ସ ହାଇ ପରର୍ଫମାନ୍ସ ସେଂଟରରେ ପ୍ରଶିକ୍ଷଣ ନେଉଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button