ଖେଳ ଖବର
ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ – Sahana Mela
[ad_1]
ଭୁବନେଶ୍ୱର : ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଥିବା ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଏହି ଶିକ୍ଷକମାନେ ୭ ହଜାର ଟଙ୍କା ପାଉଥିଲେ । ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବାବଦକୁ ୧୦ ହାଜତ ଟଙ୍କା ସହିତ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୁରା ୧୨ ମାସ ପାଇଁ ପାଇବେ ପାରିଶ୍ରମିକ I ସେହିପରି ମାସିକ ୨୪ଟି ପରିୟଡ ପରିବର୍ତ୍ତେ ୩୦ଟି ପିରିୟଡରେ ଶିକ୍ଷା ପ୍ରଦାନ କରିବେ। ଏହାସହିତ ଅନ୍ୟ ସରକାରୀ କର୍ମଚାରୀ ମାନଙ୍କ ପରି ମହିଳା କଳା ଓ କ୍ରୀଡା ପ୍ରଶିକ୍ଷକ ମାନେ ଆବଶ୍ୟକସ୍ଥଳେ ମାତୃତ୍ବ ଛୁଟି ମଧ୍ୟ ପାଇପାରିବେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୪୬୦୫ ଜଣ କଳା ଶିକ୍ଷକ-ଶିକ୍ଷୟତ୍ରୀ ଉପକୃତ ହେବେ।
[ad_2]