ଓଡ଼ିଶାକୁ ମିଳିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ – Sahana Mela

[ad_1]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗୁଜୁରାଟ ଏବଂ ରାଜସ୍ଥାନ ଗସ୍ତ କରିବେ। ଏହି ସମୟ ମଧ୍ୟରେ ସେ ୮୫ ହଜାର କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପଗୁଡିକ ରାଜସ୍ଥାନର ପୋଖରାନ ଏବଂ ଅହମ୍ମଦାବାଦ ଓ ଗୁଜୁରାଟର ସାବରମତିରେ ରହିଛି। ଏହା ବ୍ୟତୀତ ପିଏମ ମୋଦୀ ମଧ୍ୟ ସେହି ଦିନ ୧୦ଟି ନୂଆ ବନ୍ଦେ ଭାରତ ଟ୍ରେନର ମଧ୍ୟ ଲୋକାର୍ପଣ କରିବାକୁ ଯାଉଛନ୍ତି। ଏହା ବ୍ୟତୀତ ୪ଟି ବନ୍ଦେ ଭାରତ ଟ୍ରେନର ସମ୍ପ୍ରସାରଣ ମଧ୍ୟ କରିବେ ବୋଲି ସୂଚନା ରହିଛି।
ଶୁଭାରମ୍ଭ ହେବାକୁ ଥିବା ଦଶଟି ନୂତନ ବନ୍ଦେ ଭାରତ ଟ୍ରେନ୍ ହେଉଛି ଅହମ୍ମଦାବାଦରୁ ମୁମ୍ବାଇ ସେଣ୍ଟ୍ରାଲ୍, ସିକନ୍ଦରାବାଦରୁ ବିଶାଖାପାଟନମ୍, ମହିଶୁରରୁ ଡକ୍ଟର ଏମଜିଆର ସେଣ୍ଟ୍ରାଲ୍ (ଚେନ୍ନାଇ), ପାଟନା ରୁ ଲକ୍ଷ୍ନୌ, ନ୍ୟୁ ଜଲପାଇଗୁଡ଼ିରୁ-ପାଟନା, ପୁରୀରୁ ବିଶାଖାପାଟନମ୍, ଲକ୍ଷ୍ନୌରୁ ଦେହରାଡୁନ୍, କଲବୁର୍ଗୀରୁ ସାର୍ ଏମ ବିଶ୍ୱଭାରାୟା ଟର୍ମିନାଲ୍ ବେଙ୍ଗାଲୁରୁ, ରାଞ୍ଚିରୁ ବାରାଣାସୀ, ଖଜୁରାହୋରୁ ଦିଲ୍ଲୀ (ନିଜାମୁଦ୍ଦିନ) ମଧ୍ୟରେ ଚଳାଚଳ କରିବ। ଏହା ବ୍ୟତୀତ ଚାରୋଟି ବନ୍ଦେ ଭାରତ ଟ୍ରେନକୁ ସମ୍ପ୍ରସାରଣ କରାଯିବ। ଅହମ୍ମଦାବାଦରୁ ଜାମନଗର ବନ୍ଦେ ଭାରତ ଦ୍ୱାରକା ପର୍ଯ୍ୟନ୍ତ, ଅଜମେର-ଦିଲ୍ଲୀ ସରାଇ ରୋହିଲା ବନ୍ଦେ ଭାରତ ଟ୍ରେନକୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ, ଗୋରଖପୁର-ଲକ୍ଷ୍ନୌ ବନ୍ଦେ ଭାରତ ଟ୍ରେନ ପ୍ରୟାଗରାଜ ଏବଂ ତିରୁବନନ୍ତପୁରମ୍-କାସରାଗୋଡ ବନ୍ଦେ ଭାରତକୁ ସମ୍ପ୍ରସାରଣ କରାଯିବ।
ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ୧୨ ତାରିଖରେ ଅହମଦାବାଦରେ ରେଳବାଇ ୱାର୍କସପ, ଲୋକୋ ସେଡ଼, ପିଟ ଲାଇନ, କୋଚିଂ ଡିପୋ, ପଲଟନ ବାରାମତୀର ନୂଆ ରେଳଲାଇନ, ଇଲେକ୍ଟ୍ରିକ ଟ୍ରାକସନ ସିଷ୍ଟମ ଅପଗ୍ରେଡେଶନର କାର୍ଯ୍ୟର ଉଦଘାଟନ ମଧ୍ୟ କରିବେ ବୋଲି ଜଣାପଡ଼ିଛି।
[ad_2]