ଦେଶ- ବିଦେଶ

ଇଲେକ୍ଟୋରାଲ ବଣ୍ଡକୁ ନେଇ ରାହୁଲଙ୍କ କଟାକ୍ଷ – Sahana Mela

[ad_1]


ନୂଆଦିଲ୍ଲୀ: ନିର୍ବାଚନ ବଣ୍ଡ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚାନ୍ଦା ବ୍ୟବସାୟର ଗୁମର ଖୋଲିବ । ଏନଡିଏ ସରକାର ନିଜ ବ୍ୟାଙ୍କର ତଥ୍ୟ ଲୁଚାଇବା ପାଇଁ ଚାହୁଁଛନ୍ତି । ଚାନ୍ଦା ଦେଉଥିବା ସରକାରଙ୍କୁ ଛାଡ଼ ଏବଂ ଜନତାଙ୍କୁ ଟ୍ୟାକ୍ସ ପ୍ରହାର । ଏଇତ ଆମ ମୋଦୀ ସରକାର । ଏକ୍ସ ପୋଷ୍ଟ ଜରିଆରେ ବିଜେପିକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ ।୧୦୦ ଦିନ ମଧ୍ୟରେ ସ୍ୱିସ୍ ବ୍ୟାଙ୍କରୁ କଳା ଟଙ୍କା ଫେରାଇ ଆଣିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ସରକାର ନିଜ ବ୍ୟାଙ୍କର ତଥ୍ୟ ଲୁଚାଇବା ପାଇଁ କ’ଣ କ’ଣ କରୁଛନ୍ତି ।ଏହା ସହ ରାହୁଲ ଲେଖିଛନ୍ତି ଇଲେକ୍ଟୋରାଲ ବଣ୍ଡ ଭାରତୀୟ ଇତିହାସର ସବୁଠୁ ବଡ଼ ଦୁର୍ନୀତି । ଯାହାର ସତ ସାମ୍ନାକୁ ଆସିବ । ଯାହା ଦୁର୍ନୀତିଗ୍ରସ୍ତ ଶିଳ୍ପପତି ଏବଂ ସରକାରଙ୍କ ଗୁମର ଖୋଲିବ। ଏବଂ ନରେନ୍ଦ୍ର ମୋଦୀଙ୍କ ପ୍ରକୃତ ଚେହେରାକୁ ଦେଶ ସାମ୍ନାକୁ ଆଣିବ। ବ୍ୟବସାୟ ନିଅ, ଚାନ୍ଦା ଦିଅ – ସୁରକ୍ଷା ନିଅ, ଚାନ୍ଦା ଦେଉଥିବା ଲୋକଙ୍କୁ କୃପା ଏବଂ ସାଧାରଣ ଜନତାଙ୍କୁ ଟ୍ୟାକ୍ସର ବୋଝ । ଏହାହିଁ ବିଜେପିର ମୋଦୀ ସରକାରର ଏଜେଣ୍ଡା ବୋଲି କହିଛନ୍ତି ରାହୁଲ। ଇଲେକ୍ଟୋରାଲ ବଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସ ପୂର୍ବ ଅଧ୍ୟକ୍ଷଙ୍କ ଏଭଳି ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଇଲେକ୍ଟୋରାଲ ବଣ୍ଡ ମାମଲାରେ ଏସବିଆଇକୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା । କାଲି ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଲେ ସବୋର୍ଚ୍ଚ ନ୍ୟାୟଳୟ । ଏସବିଆଇର ଅବଧି ବୃଦ୍ଧି ଆବେଦନକୁ ସିଧାସଳଖ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।



[ad_2]

Leave a Reply

Your email address will not be published. Required fields are marked *

Back to top button