ଦେଶ- ବିଦେଶ

ନାସାର ଆର୍ଟମିସ ମିଶନ ୨୦୨୬ ଯାଏ ସ୍ଥଗିତ, ଚନ୍ଦ୍ରପୃଷ୍ଠକୁ ଅନ୍ତରୀକ୍ଷ ଯାତ୍ରୀ ପଠାଇବନି ନାସା – Sahana Mela

[ad_1]


ନୂଆଦିଲ୍ଲୀ: ନାସାର ମୁନ ମିଶନକୁ ବଡ ଝଟକା ଲାଗିଛି । ଚନ୍ଦ୍ର ମିଶନକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି ନାସା । ମାନବ ମିଶନ ପାଇଁ ନାସା ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଥିବା ବେଳେ ବର୍ତ୍ତମାନ ଏହି ମିଶନକୁ ସ୍ଥଗିତ ରଖାଯାଇଛି। ଷ୍ଟାରସିପ, ରକେଟ ଏବଂ ସିଷ୍ଟମ ବିକଶିତ କରିବାରେ ସମସ୍ୟା ଯୋଗୁଁ ଏହି ମିଶନକୁ ସ୍ଥଗିତ ରଖାଯାଉଥିବା କୁହାଯାଇଛି । ଏନେଇ ନାସା ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ନାସା ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ଆର୍ଟମିସ ମିଶନର ସମୟସୀମା ପରିବର୍ତ୍ତନ କରାଯାଇଛି ।ସେପ୍ଟେମ୍ବର ୨୦୨୫ରେ ଆର୍ଟମିସ-୨ ଲଞ୍ଚିଂ ଲକ୍ଷ୍ୟ ରଖାଯାଇଛି । ଏହାଦ୍ବାରା ଅନ୍ତରୀକ୍ଷ ଯାତ୍ରୀମାନେ ଚନ୍ଦ୍ରର କକ୍ଷପଥରେ ପହଞ୍ଚି ପାରିବେ ।୨୦୨୬ ସେପ୍ଟେମ୍ବରରେ ଆର୍ଟମିସ ମିଶନ-୩ ଲଞ୍ଚ କରାଯିବ।

ଚଳିତବର୍ଷ ଶେଷ ସୁଦ୍ଧା ନାସା ୪ ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବା ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିଲା । ଆର୍ଟମିସ ମିଶନ-୩ ଆପଲୋ କାର୍ଯ୍ୟକ୍ରମ ପରେ ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ ମାନବ ଅବତରଣ କରିବାର ଥିଲା। ଏପରି କରି ମାଇଲଖୁଣ୍ଟ ଅତିକ୍ରମ କରିବା ପାଇଁ ପ୍ରସ୍ତୁତି କରୁଥିବା ନେଇ ନାସାର ଅଧିକାରୀମାନେ ସୂଚନା ଦେଇଥିଲେ। ବର୍ତ୍ତମାନ ଏହାକୁ ୨୦୨୬ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ନେଇ ସୂଚନା ମିଳିଛି । ଅନ୍ତରୀକ୍ଷ ଯାତ୍ରୀମାନଙ୍କ ସ୍ସେସସୁଟ ପ୍ରସ୍ତୁତ କରିବାରେ ମଧ୍ୟ ବିଳମ୍ବ ହେଉଥିବା କୁହାଯାଇଛି । ତେଣୁ ଏହି ମିଶନକୁ ସ୍ଥଗିତ ରଖାଯିବା ନେଇ କୁହାଯାଇଛି ।

 

 



[ad_2]

Leave a Reply

Your email address will not be published. Required fields are marked *

Back to top button