ଖେଳ ଖବର

ଦିନିକିଆ ବିଶ୍ୱକପ କ୍ରିକେଟ: ପାକିସ୍ତାନ ଟିମକୁ ମିଳିଲା ଭିଜା – Sahana Mela

[ad_1]


ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ସୋମବାର ରାତିରେ ପାକିସ୍ତାନ ଟିମକୁ ଭିଜା ମିଳିଛି । ଫ୍ଲାଇଟର ୪୮ ଘଂଟା ପୂର୍ବରୁ ପାକିସ୍ତାନ ଖେଳାଳିଙ୍କୁ ଭାରତର ଭିଜା ମିଳିଛି । ଏଥିରେ ବିଳମ୍ବ ହେଉଥିବାରୁ ପାକିସ୍ତାନ କ୍ରିକେଟ ବୋର୍ଡ ଲିଖିତ ଭାବେ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ନିକଟରେ ଅଭିଯୋଗ କରିଥିଲା । ଏବେ ପାକିସ୍ତାନ ଟିମ ୨୭ ସେପ୍ଟମ୍ବରରେ ଭାରତ ଗସ୍ତରେ ଆସିବେ । ସେମାନେ ଦୁବାଇ ଦେଇ ହାଇଦ୍ରାବାଦରେ ପଂହଚିବେ । ୨୯ ସେପ୍ଟମ୍ବରରେ ପାକିସ୍ତାନ ୱାର୍ମ ଅପ ମ୍ୟାଚ ଖେଳିବ । ସୂଚନାଯୋଗ୍ୟ, ୧୪ ଅକ୍ଟୋବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ହେବ । ଏସିଆ କପରେ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ଗୋଟିଏ ମ୍ୟାଚ ଜିତିଥିବା ବେଳେ ଅନ୍ୟ ଏକ ମ୍ୟାଚର ଫଳାଫଳ ବାହାରି ପାରି ନ ଥିଲା ।

ଦିନିକିଆ ବିଶ୍ୱକପରେ ଆଜି ପର୍ଯ୍ୟନ୍ତ ଭାରତ ବିପକ୍ଷରେ ପାକିସ୍ତାନ ବିଜୟ ହାସଲ କରିପାରି ନାହିଁ । ଗତ ବର୍ଷ ଟି୨୦ ବିଶ୍ୱକପରେ ବିରାଟ କୋହଲିଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପାକିସ୍ତାନ ହାତରୁ ଭାରତ ମ୍ୟାଚ ଛଡାଇ ଆଣି ନ ଥିଲେ ।
ପାକିସ୍ତାନ ଟିମ: ବାବର ଆଜାମ (ଅଧିନାୟକ), ଶାଦାବ ଖାଁ, ଫଖରଜମାନ, ଇମାମ ଉଲ ହକ, ଅବଦୁଲ୍ଲ ଶଫିକ, ମହମ୍ମଦ ରିଜୱାନ, ଇଫତିକାର ଅହମ୍ମଦ, ସଲମାନ ଅଲୀ ଆଗା, ସଉଦ ଶକୀଲ, ଏମ ନୱାଜ, ଶାହୀନ ଶାହ ଆଫ୍ରିଦୀ, ହାରିସ ରୌଫ, ହାସନ ଅଲୀ, ଓସମା ମୀର ଓ ୱାସିମ ଜୁନିୟର ।



[ad_2]

Leave a Reply

Your email address will not be published. Required fields are marked *

Back to top button