ଟି୨୦ ବିଶ୍ୱକପ ଟିମରୁ ବାଦ ପଡିବେ କି କୋହଲି ! – Sahana Mela
[ad_1]
ନୂଆଦିଲ୍ଲୀ: ବିରାଟ କୋହଲି ଆଗାମୀ ଟି୨୦ ବିଶ୍ୱକପରୁ ବାଦ ପଡିବା ଖବର ପ୍ରଶଂସକ ମହଲରେ ହଇଚଇ ସୃଷ୍ଟି କରିଛି । ୨୦୨୨ରେ ଖେଳା ଯାଇଥିବା ଟି୨୦ ବିଶ୍ୱକପରେ କୋହଲି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏଥର ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ଏଠାକାର ଧୀମା ପିଚ କୋହଲିଙ୍କ ବ୍ୟାଟିଂ ଶୈଳୀକୁ ସୁହାଇବ ନାହିଁ ବୋଲି ସମୀକ୍ଷକ ଚିନ୍ତା ବ୍ୟକ୍ତ କରିଛନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କୁ କୋହଲିଙ୍କୁ ବୁଝାଇବା ପାଇଁ ଦାୟିତ୍ୱ ଦିଆଯାଇଛି । ତାଙ୍କ ବଦଳରେ ଅନେକ ଯୁବ ଖେଳାଳି ଭଲ ପ୍ରଦର୍ଶନ ନେଇ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଟି୨୦ କ୍ରିକେଟ ମୁତାବକ ଅଧିକ ଆକ୍ରମଣାତ୍ମକ ଖେଳିବା ପାଇଁ କୋହଲିଙ୍କୁ କୁହାଯାଇଛି । ସେ ଆଫଗାନିସ୍ତାନ ବିପକ୍ଷରେ ଏହି ଉଦ୍ୟମ କରି ବିଫଳ ହୋଇଥିଲେ ।
ରୋହିତ ଶର୍ମା ଅଧିନାୟକ ହେବେ ବୋଲି ବିସିସିଆଇ ସେକ୍ରେଟାରୀ ଜୟ ଶାହ ପୂର୍ବରୁ ସ୍ପଷ୍ଟ କରି ସାରିଥିବା ବେଳେ କୋହଲିଙ୍କ ଭୂମିକା ସମ୍ପର୍କରେ କିଛି କହି ନାହାନ୍ତି । ଏବେ ଟି୨୦ ବିଶ୍ୱକପରେ ସ୍ଥାନ ପାଇବାକୁ ହେଲେ ଆଇପିଏଲ ଏକମାତ୍ର ସୁଯୋଗ ରହିଛି । ସୂର୍ଯ୍ୟକୁମାର ଯାଦବ, ରିଙ୍କୁ ସିଂ, ତିଳକ ବର୍ମା ଓ ଶିବମ ଦୁବେଙ୍କ ପରି ଖେଳାଳିଙ୍କୁ ବିସିସିଆଇ ଅଣଦେଖା କରିପାରିବ ନାହିଁ ।
ଅପରପକ୍ଷରେ ଅନ୍ୟ ସମୀକକ୍ଷମାନେ କହିଛନ୍ତି ଯେ, କୋହଲିଙ୍କ ଅଭିଜ୍ଞତା, ଉପସ୍ଥିତି ଏବଂ ଆକ୍ରମଣାତ୍ମକ ମନୋଭାବ ଟି୨୦ରେ ଭାରତକୁ ନିଶ୍ଚିତ ଭାବେ ଫାଇଦାରେ ରଖିବ । ଏହି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ପ୍ରଶଂସକମାନେ କୋହଲି ସପକ୍ଷରେ ବାହାରି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ।
[ad_2]