ଟି୨୦ ବିଶ୍ୱକପ ନେଇ ଆଜାଦଙ୍କ କ୍ରିକେଟ ବୋମା: କୋହଲିଙ୍କୁ ନେବା ପାଇଁ ରୋହିତଙ୍କ ହଁ, ଜୟ ଶାହଙ୍କ ନାଁ – Sahana Mela

[ad_1]
ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ ନେଇ ଏବେ ରାଜନୀତିର ବାସ୍ନା ଆସିବାରେ ଲାଗିଛି । ୨ ଜୁନରୁ ୨୯ ପର୍ଯ୍ୟନ୍ତ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଏହା ଖେଳାଯିବ । ରୋହିତ ଭାରତୀୟ ଟିମର ଅଧିନାୟକ ହେବା ନିଶ୍ଚିତ ହୋଇଥିବା ବେଳେ ବିରାଟ କୋହଲିଙ୍କ ଖେଳିବା ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଏବେ ଦି ଟେଲିଗ୍ରାଫକୁ ଦେଇଥିବା ଏକ ସାକ୍ଷାତକାରରେ ପୂର୍ବ କ୍ରିକେଟର ତଥା ରାଜନେତା କୀର୍ତି ଆଜାଦ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ରୋହିତ ଯେ କୌଣସି ମୋତେ କୋହଲିଙ୍କୁ ଟିମରେ ଚାହୁଁଛନ୍ତି । ତେବେ ବିସିସିଆଇ ସେକ୍ରେଟାରୀ ଜୟ ଶାହ ତାଙ୍କ ପଛରେ ପଡି ଯାଇଛନ୍ତି । କୋହଲିଙ୍କୁ ଦଳରେ ନ ନେବା ପାଇଁ ସେ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କୁ ଦାୟିତ୍ୱ ଦେଇଛନ୍ତି ।
ଚୟନ କମିଟିର ଅନ୍ୟ ସଦସ୍ୟ ଏହି ଝାମେଲାରେ ପଡିବାକୁ ଚାହୁଁ ନାହାନ୍ତି । ଅଗରକର ଓ ଜୟ ଶାହଙ୍କୁ ଅନ୍ୟ ମାନଙ୍କ ସମର୍ଥନ ନ ମିଳିବାରୁ କୋହଲି ଖେଳିବେ ବୋଲି ସେ କହିଛନ୍ତି । କୋହଲି ୨୦୨୩ରେ ୩୫ ମ୍ୟାଚ ଖେଳି ୨୦୪୮ ରନ କରିଛନ୍ତି । ଏଥିରେ ୮ଶତକ ୧୦ ଅର୍ଦ୍ଧଶତକ ସାମିଲ । ଦିନିକିଆ ବିଶ୍ୱକପରେ ମଧ୍ୟ ସର୍ବାଧିକ ରନ ସଂଗ୍ରହ କରିଥିଲେ । ସୂଚନାଯୋଗ୍ୟ କୀର୍ତି ୧୯୮୩ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ । ସେ ଭାରତ ପକ୍ଷରୁ ୭ଟି ଟେଷ୍ଟ ଓ ୨୫ ଦିନିକିଆ ଖେଳିଛନ୍ତି । ଏବେ ସେ ତୃଣମୂଳ କଂଗ୍ରେସ ଦଳ ସହ ଜଡିତ ଅଛନ୍ତି ।
[ad_2]