ମନୋରଞ୍ଜନ

ଜେଏନୟୁ: ଜାହାଙ୍ଗୀର ନ୍ୟାଶନାଲ ୟୁନିଭରସିଟି, ବେଙ୍ଗଲ ୧୯୪୭ ଫିଲ୍ମକୁ ନେଇ ଚର୍ଚ୍ଚା – Sahana Mela

[ad_1]


ମୁମ୍ବାଇ: ବଲିଉଡରେ ଏବେ ୨ଟି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ପୂର୍ବରୁ ଏହା ରିଲିଜ ହେବାକୁ ଥିବାରୁ ସୋସିଆଲ ମିଡିଆରେ ଏ ନେଇ ସମର୍ଥକ ଓ ବିପକ୍ଷ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି । ଉର୍ବଶୀ ରୌତେଲା ଅଭିନୀତ ଜେଏନୟୁ: ଜାହାଙ୍ଗୀର ନ୍ୟାଶନାଲ ୟୁନିଭରସିଟି ଫିଲ୍ମ ପୋଷ୍ଟରରେ ଗେରୁଆ ରଙ୍ଗରେ ଭାରତର ନକ୍ସା ଥିବା ବେଳେ କ୍ୟା ଏକ ଏଜୁକେଶନାଲ ୟୁନିଭରସିଟି ଦେଶ କୋ ତୋଡ ସକତି ହେ ଲେଖାଯାଇଛି । ଏହା ସମ୍ପୂର୍ଣ୍ଣ ଭାବେ ପରୋକ୍ଷରେ ଜେଏନୟୁ ବିବାଦକୁ ଦର୍ଶାଉଥିବା ଅନୁମାନ କରାଯାଉଛି ।

ଉର୍ବଶୀ ପୋଷ୍ଟର ଶେୟାର କରି ଲେଖିଛନ୍ତି ଶିକ୍ଷାର ରୁଦ୍ଧ ପାଚେରୀ ଭିତରେ ଦେଶକୁ ଖଣ୍ଡ ଖଣ୍ଡ କରିବା ଷଡଯନ୍ତ୍ର ଚାଲିଛି । ଏଥର ଲେଫଟ ଓ ରାଇଟ ମଧ୍ୟରେ ହେବାକୁ ଥିବା ଲଢ଼େଇରେ କିଏ ଜିତିବ ? ବିନୟ ଶର୍ମା ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରତିମା ଦତ ପ୍ରଡ୍ୟୁସର ରହିଛନ୍ତି ।

ଉର୍ବଶୀଙ୍କ ବ୍ୟତୀତ ପୀୟୂଷ ମିଶ୍ର, ରବି କିଶନ, ବିଜୟ ରାଜ ଓ ସିଦ୍ଧାର୍ଥ ଭୋଡକେ ପରି କଳାକାର ଏଥିରେ ଅଭିନୟ କରିଛନ୍ତି । ଏପ୍ରିଲ ୫ରେ ଫିଲ୍ମ ରିଲିଜ ହେବ । ସେହିପରି ସାଥ ନିଭାନା ସାଥିୟୋ ସିରିୟଲ ମାଧ୍ୟମରେ ଲୋକପ୍ରିୟ ହୋଇ ଉଠିଥିବା ଦେବୋଲିନା ଭଟ୍ଟାଚାର୍ଯ୍ୟ ବେଙ୍ଗଲ ୧୯୪୭ ଫିଲ୍ମରେ ଅଭିନୟ କରୁଛନ୍ତି । ଏହାର ଫାର୍ଷ୍ଟ ଲୁକ ମଧ୍ୟ ସୋସିଆଲ ମିଡିଆରେ ମେକର୍ସଙ୍କ ପକ୍ଷରୁ ଶେୟାର କରାଯାଇଛି ।

ଦେଶର ବିଭାଜନ ମଧ୍ୟରେ ରଚିଥିବା ଏକ ପ୍ରେମ କାହାଣୀ ଉପରେ ଏହା ଆଧାରିତ । ଆକାଶଦିତ୍ୟ ଲାମା ନିର୍ଦ୍ଦେଶନା ଦେଇଥିବା ବେଳେ ୨ ଥର ଜାତୀୟ ପୁରସ୍କାର ଜିତିଥିବା ନିର୍ଦ୍ଦେଶକ ସତୀଶ ପାଣ୍ଡେ ଏହାର ପ୍ରଡ୍ୟୁସର ଅଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button