ରାଜନୀତି

ମେଣ୍ଟ ବଦଳେଇବ କି ଭର୍ତୃହରିଙ୍କ ଭାଗ୍ୟ ? – Sahana Mela

[ad_1]


କଟକ: କଟକ କୁରୁକ୍ଷେତ୍ରକୁ ଓହ୍ଲାଇବେ କାହାର ଯୋଦ୍ଧା ? ଗଡ ବଂଚାଇବ ବିଜେଡି ନା ପ୍ରଥମ ଥର ଫୁଟିବ ପଦ୍ମ ? ଭର୍ତୃହରିଙ୍କୁ ଭରସା କରିବ କି ବିଜେଡି ? ନା ନୂଆ ମୁହଁକୁ ନେଇ କରିବ ଏକ୍ସପେରିମେଂଟ ? ଡାକ୍ତର ପୂର୍ଣ୍ଣଚନ୍ଦ୍ରଙ୍କୁ ବିଜେପି କରିବ କି ସାରଥି ? ନା ସରପ୍ରାଇଜ୍ ଦେବ ଦଳ ? କଣ ରହିଛି କଂଗ୍ରେସର କଟକ ପ୍ଲାନ୍ ?

ବାଉନ ବଜାର ତେପନ ଗଳିରେ ସରଗରମ ଚର୍ଚ୍ଚା, ଏଥର କଟକରୁ କିଏ ? ମେଂଟ ହେଲେ କାହା ହାତକୁ ଯିବ କଟକ ? କୁହାଯାଉଛି, ଗଡ ଛାଡିବନି ବିଜେଡି । ଦଳ ଗଠନ ପରଠୁ କଟକ ରହିଛି ବିଜେଡି କବଜାରେ ଆଉ ସେନାପତି ସାଜିଛନ୍ତି ଭର୍ତୃହରି ମହତାବ । ୧୯୯୮ରୁ ୬ଥର ଜିତି ଲୋକସଭା ଯାଇଛନ୍ତି ଭର୍ତୃହରି । ହେଲେ ସପ୍ତମ ଥର ପ୍ରାର୍ଥୀ ହେବାକୁ ନେଇ ସସପେନ୍ସ । ବିଜେଡି ଟ୍ରାକରେ କଟକରେ ସବୁଠୁ ଆଗରେ ଦୌଡୁଥିବା ଭର୍ତୃହରିଙ୍କ ପାଇଁ ମହଙ୍ଗା ପଡିପାରେ ବିଜେପି ସହ ଚୋରା ପିରତି । ଅନେକ ସମୟରେ ପଦ୍ମ ଆଡେ ଭର୍ତୁହରି ଢଳୁଥିବା ଚର୍ଚ୍ଚା ବି ହୋଇଛି ।

ଧର୍ମେନ୍ଦ୍ରଙ୍କ ପ୍ରଶଂସା, ମୋଦି ଶାହାଙ୍କ ସହ ସାକ୍ଷାତକାର ବିଜେପି ସହ ତାଙ୍କ ମଧୁର ସଂପର୍କ ନେଇ ମୋହର ବି ମାରିଛି । ବିଜେପି ସହ ସଂପର୍କ ବଢାଇ ଭର୍ତୁହରି କଟକରେ ଫିଲଡ ପ୍ରସ୍ତୁତ କରିବା ଚର୍ଚ୍ଚା ହେଉଥିବା ବେଳେ ସବୁ ଖେଳ ବିଗାଡି ଦେଇଛି ମେଂଟ । ପଦ୍ମ ପ୍ରଶଂସା କରି ଯେଉଁ ଶଙ୍ଖକୁ ଦୂରେଇ ଦେଇଥିଲେ ଭର୍ତୁହରି ଏବେ ସେଇ ବିଜେଡି-ବିଜେପି କୋଳାକୋଳି । କୁହାଯାଉଛି, ଭର୍ତୁହରିଙ୍କୁ ପୁଣି ରିପିଟ୍ କରିନପାରେ ବିଜେଡି । କଟକ ପାଇଁ ବିଜେଡିରୁ କର୍ପୋରେଟ୍ କ୍ୟାପଟେନ୍ ସନ୍ତୃପ୍ତ ମିଶ୍ରଙ୍କ ନାଁ ଚର୍ଚା ହେଉଛି । ପୁରୀରେ ଜନ୍ମିତ ସନ୍ତୃପ୍ତ କଟକରେ ବଢିଛନ୍ତି । ତେଣୁ ସନ୍ତୃପ୍ତଙ୍କ ଉପରେ ସିଲଭର ସିଟି ବେଟ୍ ଲଗାଇପାରେ ବିଜେଡି ।

ବିଜେପିରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁ କଟକ ପାଇଁ କିଛିଦିନ ଚର୍ଚ୍ଚା ହେଲା । ହେଲେ ସେ ରାଜ୍ୟସଭା ଯିବା ସହ ସେ ଚର୍ଚ୍ଚାରେ ବ୍ରେକ୍ ଲାଗିଲା। ଏବେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନାଁ ସମ୍ଭାବ୍ୟ ପ୍ରାର୍ଥୀତ୍ୱ ନେଇ ଚର୍ଚ୍ଚା ହେଉଛି। ବିଜେପିରେ ଯୋଗ ଦେଇ ଉପସଭାପତି ହେବା ପରେ ସେ ନିର୍ବାଚନମଣ୍ଡଳୀରେ ମାରାଥନ୍ ବୈଠକ କରୁଛନ୍ତି । ଗତଥର ବିଜେଡିକୁ ଟକ୍କର ଦେବାକୁ ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ହେଲେ ଗ୍ରାଉଣ୍ଡରେ ଆଦୌ ଆକ୍ଟିଭ ନାହାନ୍ତି ପ୍ରକାଶ ମିଶ୍ର ।

ମେଂଟ ଭାଗବଂଟାରେ କାହା ହାତକୁ କଟକ ଯିବ, ସେନେଇ ସ୍ପଷ୍ଟ ହୋଇନଥିଲେ ବି ଅବିଭକ୍ତ କଟକର ସବୁ ଲୋକସଭା ଆସନ ନିଜ କବଜାରେ ରଖିବାକୁ ଚାହୁଁଛି ବିଜେଡି । ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ହେଉ କି ତାଳଦଣ୍ଡା କେନାଲ ପୁନରୁଦ୍ଧାର, କଟକ ବିକାଶ ପାଇଁ ରାଜ୍ୟ ସରକାର ଅନେକ କାମ କରିଛନ୍ତି । ନିର୍ବାଚନ ବେଳେ ଏସବୁକୁ ଭୋଟରେ ପରିଣତ କରିବାର ସୁଯୋଗ ଛାଡିବାକୁ ଚାହୁଁନି ବିଜେଡିା ଉପକୂଳରେ ଦଳର ଷ୍ଟ୍ରଙ୍ଗ ସପୋର୍ଟ ବେସ୍ ବି ରହିଛି । ତେଣୁ ବିଶ୍ୱାସ କରାଯାଉଛି, କଟକ କବଜା ପାଇଁ ରଣକୌଶଳ କରିବ ବିଜେଡିା



[ad_2]

Leave a Reply

Your email address will not be published. Required fields are marked *

Back to top button