ଧରାପଡ଼ିଲେ ନକଲି କ୍ୟାନସର ଔଷଧ ତିଆରି କରୁଥିବା ଗ୍ୟାଙ୍ଗ; ୭ ଗିରଫ – Sahana Mela
[ad_1]
ନୂଆଦିଲ୍ଲୀ: ନକଲି କ୍ୟାନସର ଔଷଧ ତିଆରି କରିବା ସହ ଅନ୍ୟ ଦେଶକୁ ପଠାଉଥିବା ଏକ ଆନ୍ତର୍ଜାତୀୟ ଗ୍ୟାଙ୍ଗକୁ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଟିମ୍ ଗିରଫ କରିଛି । ଏହି ମାମଲାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ଦିଲ୍ଲୀର ଏକ କ୍ୟାନସର ହସପିଟାଲର ଦୁଇ ଜଣ କର୍ମଚାରୀଙ୍କୁ ବି ଗିରଫ କରିଛି ।
ଏହି ଅଭିଯୁକ୍ତମାନେ ଇଞ୍ଜେକସନରେ ନକଲି କ୍ୟାନସର ଔଷଧ ଭରି ବିକ୍ରି କରୁଥିଲେ । ଯାହାର ଦାମ୍ ଥିଲା ୧.୯୬ ଲକ୍ଷ ଟଙ୍କା । ଏହି ନକଲି ଔଷଧକୁ ସେମାନେ ଚୀନ ଓ ଆମେରିକାକୁ ପଠାଉଥିଲେ । ସେମାନଙ୍କ ଠାରୁ କ୍ରାଇମବ୍ରାଞ୍ଚ ନଗଦ ୮୯ ଲକ୍ଷ ଟଙ୍କା ଜବତ କରିଛି। ଏଥିସହ ଦୁଇଟି ନକଲି କ୍ୟାନସର ମେଡିସିନ ଜବତ କରିଛି ।
କ୍ରାଇମବ୍ରାଞ୍ଚର ସ୍ପେଶାଲ ସିପି ଶାଲିନୀ ସିଂ କହିଛନ୍ତି,‘‘ ତିନି ମାସ ଯାଞ୍ଚ ପରେ ଏହି ଗ୍ୟାଙ୍ଗ ଧରାପଡ଼ିଛି । ଦିଲ୍ଲୀ-ଏନସିଆରରେ ପୁଲିସ ଟିମ୍ ଏକାସଙ୍ଗେ ୭ରୁ ୮ଟି ସ୍ଥାନରେ ଚଢ଼ଉ କରିଥିଲା । ଏହି ସମୟରେ ଡିଏଲଏଫ୍ କ୍ୟାପିଟାଲ ଗ୍ରୀନ୍ସ ଓ ମୋତି ନଗରର ଦୁଇଟି ଫ୍ଲାଟରୁ ନକଲି ମେଡିସିନ୍ ତିଆରି କରୁଥିବା ବେଳେ ଧରାପଡ଼ିଥିଲେ ।’’
ଉକ୍ତ ଫ୍ଲାଟରୁ ପୁଲିସ୍ କ୍ୟାପ୍ ସିଲ ମେସିନ୍, ଗୋଟିଏ ହଟ୍ ବନ୍ଧୁକ ମେସିନ, ୧୯୭ଟି ଖାଲି ବୋତଲ ଓ ୮୬୪ଟି ପ୍ୟାକେଜିଂ ବାକ୍ସକୁ ଜବତ କରାଯାଇଛି ।
[ad_2]