ସିଏଏକୁ ନେଇ ମିଥ୍ୟା ରାଜନୀତି ବନ୍ଦ କର: ରବି ଶଙ୍କର ପ୍ରସାଦ – Sahana Mela

[ad_1]
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ କ୍ରମାଗତ ଭାବରେ ବୟାନ ଦେଉଥିବା ବିରୋଧୀ ଦଳର ନେତାମାନଙ୍କୁ ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ ତାଗିଦ କରିଛନ୍ତି । ସେ କହିଛନ୍ତି,‘‘ ସିଏଏକୁ ନେଇ ବିରୋଧୀ ଦଳମାନେ କ୍ରମାଗତ ଦ୍ୱନ୍ଦ୍ୱ ବଢ଼ାଉଛନ୍ତି । ସେମାନେ ମିଥ୍ୟା ରାଜନୀତିକୁ ବନ୍ଦ କରିବା ଉଚିତ । ସିଏଏ ହେତୁ କେହି ନାଗରିକତ୍ୱ ହରାଇବେ ନାହିଁ । କାହାର ଚାକିରି ପାଇଁ କୌଣସି ବିପଦ ନାହିଁ ।’’
ସେ ଆହୁରି କହିଛନ୍ତି,‘‘ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଜବ ବୟାନ ଦେଇଛନ୍ତି । ଏହା କେଉଁ ପ୍ରକାର ଯୁକ୍ତି। ଭାରତକୁ ଆସିଥିବା ଲୋକଙ୍କୁ ବିଶ୍ୱାସ ନାମରେ ନିର୍ଯାତନା ଦିଆଯାଉଛି । ସେମାନଙ୍କୁ କ’ଣ ଆଇନଗତ ଭାବେ ନାଗରିକତା ଦେବା ଅଧିକାର ନାହିଁ । କେଜ୍ରିୱାଲ ଭୋଟ୍ ବ୍ୟାଙ୍କ ରାଜନୀତି କରୁଛନ୍ତି। କାହାର ନାଗରିକତ୍ୱ ଛଡ଼ାଯିବ ନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଛନ୍ତି ।’’
ସିଏଏ ନାଁରେ ଯେଉଁମାନେ ସାମ୍ପ୍ରଦାୟିକ ବିଭ୍ରାନ୍ତୀକରଣ ମନ୍ତବ୍ୟ ଦେଉଛନ୍ତି ସେମାନେ ସେଥିରୁ ଦୁରେଇ ରୁହନ୍ତୁ । ମିଥ୍ୟା ଓ ଅପପଚାର କରିବା ବନ୍ଦ କରିବାକୁ ସରକାର ସବୁବେଳେ କହି ଆସୁଛନ୍ତି ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି ।
ସୁଚନାଯୋଗ୍ୟ, ରବିବାର ଦିନ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ କରିଛନ୍ତି । ୨୦୧୯ ଡିସେମ୍ୱରରେ ପ୍ରବଳ ବିରୋଧ ମଧ୍ୟରେ ଏହି ବିଲ୍ ସଂସଦରେ ଗୃହୀତ ହୋଇଥିଲା
[ad_2]