ଦେଶ- ବିଦେଶ

ବିରାଜିଲେ ରାମଲାଲ – Sahana Mela

[ad_1]

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସବୁ ପ୍ରତିକ୍ଷାର ଅନ୍ତ ଘଟିଛି, ସବୁ ସ୍ୱପ୍ନ ସାକାର ହୋଇଛି । ଯାହା ଚାହୁଁଥିଲା ଏହି ମନ ତାହା ପୂରଣ ହୋଇଛି । ରାମଲାଲା ନିଜ ଜନ୍ମସ୍ଥାନକୁ ଫେରିଛନ୍ତି ।  ସୋମବାର ବ୍ରହ୍ମ ମୁହୂର୍ତ୍ତରେ ପ୍ରାଣ ପ୍ରତିଷ୍ଠା ହୋଇଛି । ପ୍ରାୟ ସାତ ହଜାର ଅତିଥି ଏହି ମୁହୂର୍ତ୍ତର ସାକ୍ଷୀ ହୋଇଛନ୍ତି ।

ଏହାସହ ମଙ୍ଗଳବାରଠାରୁ ମନ୍ଦିର ସବୁ ଲୋକଙ୍କ ପାଇଁ ଖୋଲିଯିବ । ଅନୁମାନ କରାଯାଉଛି ଯେ ପ୍ରତିଦିନ ମନ୍ଦିରକୁ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ହଜାର ହଜାର ହୋଇପାରେ ।ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଅଫିସିଆଲ୍ ୱେବସାଇଟ୍ ଅନୁସାରେ, ରାମଲାଲାଙ୍କ ଦର୍ଶନ ସକାଳେ ପ୍ରାୟ ସାଢେ ଚାରି ଘଣ୍ଟା ଏବଂ ଅପରାହ୍ଣରେ ପାଞ୍ଚ ଘଣ୍ଟା କରିପାରିବେ । ଶ୍ରଦ୍ଧାଳୁ ସକାଳ ୭ଟାରୁ ଦିନ ୧୧.୩୦ ଯାଏ ଦର୍ଶନ କରିପାରିବେ । ଏହାପରେ ଅପରାହ୍ଣ ୨ଟାରୁ ପୁଣି ଥର ଦର୍ଶନ ଆରମ୍ଭ ହେବ । ସଂଧ୍ୟା ୭ଟା ଯାଏ ଭଗବାନଙ୍କ ଦର୍ଶନ ହୋଇପାରିବ ।

ଅଯୋଧ୍ୟାରେ ରାମ ମନ୍ଦିରରେ ଶୃଙ୍ଗାର ଆଳତି ସକାଳ ୬.୩୦ ମିନିଟରେ ହେବ । ସେହିପରି ସଂଧ୍ୟା ଆଳତି ସାତଟା ୩୦ ମିନିଟରେ କରାଯିବ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଳତିରେ ସାମିଲ ହେବା ପାଇଁ ଶ୍ରଦ୍ଧାଳୁଙ୍କ ନିକଟରେ ପାସ୍ ରହିବା ଜରୁରି । ନିଶୁଳ୍କ ପାସକୁ ଅନଲାଇନ୍ କିମ୍ୱା ଅଫଲାଇନରେ ପାଇପାରିବେ । ଶ୍ରଦ୍ଧାଳୁ ସରକାରୀ ପରିଚୟ ପତ୍ର ଦେଇ ଶ୍ରୀରାମ ଜନ୍ମଭୂମି ସ୍ଥିତ କ୍ୟାମ୍ପକୁ ଅଫଲାଇନ ପାସ୍ କରିପାରିବେ ।

[ad_2]

Leave a Reply

Your email address will not be published. Required fields are marked *

Back to top button