ସ୍ୱାସ୍ଥ୍ୟ

ଭାରତର ୭ ପ୍ରତିଶତ ଲୋକଙ୍କର କିଡନି ଫେଲର କାରଣ ହେଉଛି ପେନକିଲର, ଏମସ୍ ରିପୋର୍ଟ – Sahana Mela

[ad_1]


ନୂଆଦିଲ୍ଲୀ: ଭାରତରେ ୧୦ ପ୍ରତିଶତ ଲୋକ ପ୍ରତିବର୍ଷ କିଡନୀ ରୋଗର ଶିକାର ହେଉଛନ୍ତି । ଅଧିକାଂଶ ରୋଗୀ ସେମାନଙ୍କର ରୋଗ ବିଷୟରେ ଜାଣିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥାଏ । ସେତେବେଳକୁ ସେମାନଙ୍କ କିଡନି ଫେଲ ହୋଇଯାଇଥାଏ, ଯାହା ଫଳରେ ପରିସ୍ତିତି ଏପରି ହୁଏ ଯେ ସେମାନଙ୍କ ଜୀବନ ମଧ୍ୟ ଚାଲିଯାଏ ।

AIIMS ଦିଲ୍ଲୀର ନେଫ୍ରୋଲୋଜି ବିଭାଗର ଚେୟାରମ୍ୟାନଙ୍କ କହିବା ଅନୁସାରେ, କିଡନୀ ରୋଗର ସବୁଠାରୁ ଗୁରୁତ୍ଵପୁର୍ଣ୍ଣ କଥା ଏହା ଯେ, ଲୋକମାନେ ସେମନାଙ୍କ କିଡନି ରୋଗ ବିଷୟରେ ଜାଣିବା ବେଳକୁ ସେମନାଙ୍କର କିଡନିର ୭୦ଭାଗ ଅଂଶ ନଷ୍ଟ ହୋଇଯାଇଥାଏ । ଯାହାଫଳରେ ବଡ ବଡ ସମସ୍ୟା ହୋଇଥାଏ । ଏମସ୍ ରିପୋର୍ଟ ଅନୁସାରେ, ଭାରତର ପ୍ରାୟ ୭% ଲୋକଙ୍କ କିଡନି ଫେଲର କାରଣ ହେଉଛି ପେନକିଲର ମେଡିସିନ ।

ମଝିରେ ମଝିରେ ଯଦି ରକ୍ତରେ ୟୁରିଆ ଏବଂ କ୍ରିଏଟିନାଇନର ପରୀକ୍ଷା ସହ ପରିସ୍ରା ପରୀକ୍ଷା କରାଯାଏ, ତେବେ କିଡନୀ ଜନିତ ସମସ୍ୟାର ପ୍ରାରମ୍ଭରୁ ହିଁ ଏହା ଚିହ୍ନଟ ହୋଇପାରିବ । ସାଧାରଣତଃ କିଡନି ଜନିତ ରୋଗର ଲକ୍ଷଣ ଦେଖାଯିବାରେ ଅନେକ ବିଳମ୍ବ ହୋଇଥାଏ । ତେଣୁ ବେଳେ ବେଳେ ଏସବୁ ପରୀକ୍ଷା କରିବା ଦ୍ଵାରା ଏହି ସମସ୍ୟାର ସମାଧାନ ହୋଇପାରିବ ।

ତେବେ କିଡନି ରୋଗର ଚିକିତ୍ସା ପାଇଁ ବିଭିନ୍ନ ପ୍ରକାରର ଔଷଧ, ଅସ୍ତ୍ରୋପଚାର, ଡାୟଲିସିସ୍ ଏବଂ ଟ୍ରାନ୍ସପ୍ଲାଣ୍ଟ ପରି ସୁବିଧା ରହିଛି ତଥାପି କିଛି କ୍ଷେତ୍ରରେ ରୋଗୀର ଜୀବନ ମଧ୍ୟ ଚାଲିଯାଇଥାଏ । କିଡନୀ ରୋଗୀମାନଙ୍କୁ ମଧ୍ୟ ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ରହିଥାଏ ଏବଂ ରକ୍ତରେ ହେମୋଗ୍ଲୋବିନର ପରିମାଣ ମଧ୍ୟ କମ୍ ରହିଥାଏ | ଯେଉଁଥିପାଇଁ ଏହିପରି ରୋଗୀମାନେ ସର୍ବଦା ଅସୁସ୍ଥ ଅନୁଭବ କରନ୍ତି ଏବଂ ସେମାନଙ୍କର ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହେବାକୁ ଲାଗେ |

 



[ad_2]

Leave a Reply

Your email address will not be published. Required fields are marked *

Back to top button