ରାଜନୀତି

ହବନି ମେଣ୍ଟ ! ମନମୋହନ ପକାଇଲେ ବୋମା – Sahana Mela

[ad_1]


ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଗଢ଼ିବ । ଓଡିଶାର ଅସ୍ମିତାକୁ ନେଇ ନିର୍ବାଚନ ଲଢ଼ିବ ବିଜେପି । ଲୋକ ନେବେ ନିର୍ବାଚନ ଦାୟିତ୍ୱ । ମେଂଟ ଚର୍ଚ୍ଚାରେ ସଡନ୍ ବ୍ରେକ୍ ଲଗାଇଛି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବିସ୍ଫୋରକ ବୟାନ । ଦିଲ୍ଲୀରୁ ଫେରି ମନମୋହନଙ୍କ ସିଧାକଥା ବିଜେଡି-ବିଜେପି ମେଂଟ ସମ୍ଭାବନାକୁ ପାଣିଚିଆ କରିଦେଇଛି । ପ୍ରଶ୍ନ, ଚବିଶ ରଣଭୂମିକୁ ଏହା ଓହ୍ଲାଇବ କି ବିଜେପି ? ମନମୋହନଙ୍କ ଉତ୍ତର ସବୁ କଳ୍ପନାଜଳ୍ପନାରେ ବ୍ରେକ୍ ଲଗାଇଛି ।

ରାଜ୍ୟ ବିଜେପି ନେତାଙ୍କୁ ଗତ ରବିବାର ସଂଧ୍ୟାରେ ଦ୍ୱିତୀୟ ଥର ଦିଲ୍ଲୀ ଡାକରା ସହ ଜୋରଦାର ହୋଇଥିଲା ମେଂଟ ଚର୍ଚ୍ଚା । ଦିଲ୍ଲୀରେ ରାଉଣ୍ଡ ପରେ ରାଉଣ୍ଡ ବୈଠକ ବସିଥିଲା । ରାଜ୍ୟ ନେତାଙ୍କୁ ବୁଝାସୁଧା କରିବା ଦାୟିତ୍ୱ ନେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନମୋହନ ସାମଲ, ମାନସ ମହାନ୍ତି, ବିଜୟ ପାଲ୍ ସିଂ ତୋମର ଓ ଲତା ଉସେଣ୍ଡିଙ୍କ ସହ ଗତକାଲି ରାତିରେ ବୈଠକ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ରାଜ୍ୟ ବିଜେପି ନେତାଙ୍କୁ ମନାଇବାକୁ ମିଟିଂରେ ଶେଷ ଚେଷ୍ଟା କରାଯାଇଥିବା ଚର୍ଚ୍ଚା ହେଉଛି ।

ବିଜେଡି-ବିଜେପି ମେଂଟରେ ମୁଖ୍ୟ ବାଧା ଥିଲା ରାଜ୍ୟ ବିଜେପି । ୧୧ବର୍ଷର ସଂପର୍କ ଭାଙ୍ଗି ୨୦୦୯ରେ ଯେମିତି ବିଜେପିକୁ ବାହାର ରାସ୍ତା ଦେଖାଇଥିଲା ବିଜେଡି । ସେଦିନର ଅପମାନକୁ ହଜମ କରି ପୁନର୍ବିବାହ ପ୍ରସ୍ତାବରେ ରାଜି ହୋଇନଥିଲା ରାଜ୍ୟ ବିଜେପି । ଓଡିଶା ଅସ୍ମିତାକୁ ପ୍ରସଙ୍ଗ କରି ନିଜ ନାଆରେ ନିର୍ବାଚନ ବୈତରଣୀ ପାର ହେବାକୁ ବିଜେପି ନିଷ୍ପତି ନେଇଥିବା କୁହାଯାଉଛି । ଆସନ୍ତା ନିର୍ବାଚନରେ ଗତଥରଠାରୁ ଡବଲ୍ ସିଟ୍ ଜିତିବାକୁ ବିଜେପି କନଫିଡେଂଟ ଥିବା କୁହାଯାଉଛି । ୨୦୧୯ରେ ୮ଟି ଲୋକସଭା ଓ ୨୩ଟି ବିଧାନସଭା ସିଟ୍ ଜିତିଥିଲା ବିଜେପି । ତେବେ ଫାଇନାଲ୍ ନିଷ୍ପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button