ଖେଳ ଖବର

କିଏ କହିଲେ ରୋହିତଙ୍କ ମୁମ୍ବାଇ ଅଧିନାୟକ ପଦରୁ ହଟାଇବା ବହୁତ ବଡ ନିଷ୍ପତି ଥିଲା – Sahana Mela

[ad_1]


ମୁମ୍ବାଇ: ଆଉ ହାତ ଗଣତି ଦିନ ପରେ ଆରମ୍ଭ ହୋଇଯିବ ଇଣ୍ଡିଆନ ପ୍ରିମିୟର ଲିଗ । ଟୁର୍ଣ୍ଣାମେଂଟର ସବୁଠାରୁ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଏଥିପାଇଁ ଜୋରଦାର ପ୍ରସ୍ତୁତି କରିଛି । ଅବଶ୍ୟ ଦଳକୁ ୫ ଥର ଚାମ୍ପିୟନ କରାଇଥିବା ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଯିବା ଅନେକ ଗ୍ରହଣ କରିପାରି ନାହାନ୍ତି । ରୋହିତଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି । ରୋହିତଙ୍କୁ ଅଧିନାୟକ ପଦରୁ ହଟାଯିବା ନେଇ ନିକଟରେ ଯୁବରାଜ ସିଂ ତାଙ୍କ ମତ ରଖିଛନ୍ତି । ସେ କହିଛନ୍ତି ଏହା ଏକ ବହୁତ ବଡ ନିଷ୍ପତି ଥିଲା । ଭାରତୀୟ ଟିମର ଅଧିନାୟକ ଏବଂ ମୁମ୍ବାଇକୁ ୫ ଥର ଚାମ୍ପିୟନ କରାଇଥିବା ଖେଳାଳିଙ୍କୁ ହଟାଯିବା ଗ୍ରହଣୀୟ ହେଉନି ।

ମୁଁ ଦାୟିତ୍ୱରେ ଥିଲେ କେବେ ବି ତାଙ୍କୁ ହଟେଇ ନ ଥାନ୍ତି । ଅବଶ୍ୟ ଫ୍ରାଂଚାଇଜ ଭବିଷ୍ୟତକୁ ଆଖି ଆଗରେ ରଖି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ପ୍ରଦାନ କରିଛି । ରୋହିତଙ୍କୁ ଅଧିନାୟକ କରି ତାଙ୍କ ଅଧିନରେ ଗୋଟିଏ ସିଜନ ହାର୍ଦ୍ଦିକ ଉପ ଅଧିନାୟକ ରହିଥିଲେ ସବୁ କିଛି ଠିକ ହୋଇଥାନ୍ତା ।



[ad_2]

Leave a Reply

Your email address will not be published. Required fields are marked *

Back to top button