ପତ୍ନୀଙ୍କ ସହ ବିଜେପିରେ ସାମିଲ ହେଲେ ଅର୍କକେଶରୀ ଦେଓ – Sahana Mela
[ad_1]
ଭୁବନେଶ୍ୱର: ପଦ୍ମ ଧରିଲେ ଅର୍କ କେଶରୀ ଦେଓ । ବୁଧବାର ବିଜେପିରେ ସାମିଲ ହୋଇଛନ୍ତି କଳାହାଣ୍ଡି ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ । ପତ୍ନୀ ମାଳବିକା ଦେବୀଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ବିଜେଡି ସାଂସଦ । ଭୁବନେଶ୍ୱରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବରିଷ୍ଠ ନେତାଙ୍କ ଗହଣରେ ପତି-ପତ୍ନୀ ଦଳରେ ସାମିଲ ହୋଇଛନ୍ତି ।
ଅର୍କକେଶରୀଙ୍କ ବାପା ବିକ୍ରମ କେଶରୀ ବିଜେପିର ଜଣେ ଟାଣୁଆ ନେତା ଥିଲେ । କଳାହାଣ୍ଡି ଲୋକ ସଭା ଆସନରୁ ସେ ତିନିଥର ୧୯୯୮, ୯୯ ଏବଂ ୨୦୦୪ରେ ବିଜେପି ଟିକେଟରେ ଲଢି ଜିତିଥିଲେ । ୨୦୧୩ରେ ବାପା ବିକ୍ରମ କେଶରୀ ଦେଓଙ୍କ ମୃତ୍ୟୁ ପରେ ବିଜେଡିରେ ସାମିଲ ହୋଇଥିଲେ ଅର୍କ କେଶରୀ । ୨୦୧୪ରେ କଳାହାଣ୍ଡି ଲାେକସଭା ଆସନରୁ ବିଜେଡି ଟିକେଟରେ ଜିତିଥିଲେ । ହେଲେ ୨୦୧୯ରେ ବିଜେଡିରୁ ଇସ୍ତଫା ଦେଇଥିଲେ । ତାଙ୍କୁ କଳାହାଣ୍ଡି ଲୋକସଭା ସିଟ ପାଇଁ ଟିକେଟ ନ ମିଳିବା ପରେ ସେ ଦଳ ଛାଡିଥିଲେ ।
ଏଥିସହ ମଦନପୁର ଓ ରାମପୁର ରାଜ ପରିବାରର ତନ୍ମୟ ପ୍ରତାପ ସିଂହ ଦେଓ ଏବଂ କୁମାର ସାହେବଙ୍କ ବୋହୂ ତଥା ଅନ୍ତର୍ଜାତୀୟ ସେରାମିକ ଆର୍ଟିଷ୍ଟ ପୃଥ୍ୱୀରାଜ ସିଂହଦେଓଙ୍କ ପତ୍ନୀ ମଧ୍ୟ ସଂଯୁକ୍ତା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।
[ad_2]