କଂଗ୍ରେସ ର ନିର୍ବାଚନୀ ଇସ୍ତାହାର – Sahana Mela
[ad_1]
ଭୁବନେଶ୍ୱର : ସାରା ଦେଶରେ ବାଜିଲାଣି ନିର୍ବାଚନ ବିଗୁଲ I ଆସନ୍ତା କାଲି ଘୋଷଣା ହେବ ନିର୍ବାଚନ ତାରିଖ I ନିର୍ବାଚନ ବୈତରଣୀ ପାର ହେବା ପାଇଁ ଦଳ ଗୁଡିକ କସରତ ଆରମ୍ଭ କରିଦେଇଛନ୍ତି I ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳ ନିଜ ନିଜ ଷ୍ଟ୍ରIଟେଜି ତିଆରିରେ ଲାଗିପଡିଛନ୍ତି I ଏହି ସମୟରେ କଂଗ୍ରେସ ମାରିଛି ନିର୍ବାଚନୀ ଷ୍ଟ୍ରୋକ I ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସ ଇସ୍ତାହାର ଜାରି କରିଛି I ଏଥିରେ ୯ ଟି ଗ୍ୟାରେଣ୍ଟି ଦେଇଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କଂଗ୍ରେସ ସବୁବର୍ଗକୁ ଲକ୍ଷ୍ୟ କରି ଏହି ୯ ଗ୍ୟାରେଣ୍ଟି ଆଣିଥିବା ବେଳେ କ୍ଷମତାକୁ ଆସିଲେ ଏହି ଗ୍ୟାରେଣ୍ଟି କାର୍ଯ୍ୟକାରୀ ହେବା ନେଇ ସୂଚନା ଦେଇଛି ।
କ୍ଷମତାକୁ ଆସିଲେ କୃଷକଙ୍କ ପାଇଁ ବୋନସ ସହ ଧାନ ଏମଏସପି ୩୦୦୦ ଟଙ୍କା,ମାସିକ ୨ହଜାର ଟଙ୍କା ପେନସନ, କୃଷି ଋଣ ଛାଡ, ଘରୋଇ ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍ ମାଗଣା ବିଜୁଳି ବଣ୍ଟନ, ପ୍ରତି ପରିବାରକୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର,ଏସଏଚଜିଙ୍କ ପାଇଁ ଋଣ ଛାଡ, ବେକାରୀଙ୍କୁ ମାସିକ ୩ହଜାର ଟଙ୍କା ଭତ୍ତା,୫ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି,ଗୃହଲକ୍ଷ୍ମୀ ଯୋଜନାରେ ଘରର ମହିଳା ମୁଖ୍ୟଙ୍କୁ ୨୦୦୦ ଟଙ୍କା ଭତ୍ତା,ବାର୍ଦ୍ଧକ୍ୟ,ବିଧବା, ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା,ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ୬ମାସରେ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ।
ସେହିପରି,କ୍ଷମତାକୁ ଆସିଲେ ୧୦୦ ଦିନ ଭିତରେ ରାଜ୍ୟରେ ଜାତିଭିତ୍ତିକ-ସାମାଜିକ,ଆର୍ଥିକ ସର୍ଭେ ଆରମ୍ଭ ଏବଂ ଅନୁସୂଚିିତ ଜାତି/ଜନଜାତିଙ୍କୁ ୩୫ କିଲୋ ଚାଉଳ ସହିତ ୧ କେଜି ଡାଲି, ୧ ଲିଟର ତେଲ, ୧ କେଜି ଲୁଣ ଓ ୨୫୦ ଗ୍ରାମ ହଳଦୀ ଦିଆଯିବ ବୋଲି ଗ୍ୟାରେଣ୍ଟି ଦେଇଛି I
[ad_2]