ରାଜନୀତି

ଶଙ୍ଖ ଛାଡ଼ିଲେ ପଦ୍ମ ଧରିଲେ ଅଭିନେତା ଅରିନ୍ଦମ – Sahana Mela

[ad_1]


ଭୁବନେଶ୍ବର: କିଛି ସମୟ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଲେ ଏବେ ବିଜେପିରେ ମିଶିଲେ ଅରିନ୍ଦମ ରାୟ । ଭୁବନେଶ୍ୱର ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ଅରିନ୍ଦମ । ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ହୋଇଛନ୍ତି ସାମିଲ । ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ଆଜି ତାକୁ ସତ ପ୍ରମାଣିତ କରିଛନ୍ତି ଅରିନ୍ଦମ ।

କିଛି ସମୟ ପୂର୍ବରୁ ସାଧାରଣ ସଂପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅରିନ୍ଦମ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର । କିଛି ଦିନ ଧିରି ଦଳ ସହ ସମ୍ପର୍କ ଠିକ୍ ନଥିବା ହେଉଥିଲା ଚର୍ଚ୍ଚା । ଅନେକ ସମୟରେ ଗଣମାଧ୍ୟମରେ ପ୍ରତିକ୍ରୟା ରଖିଥିଲେ ଅରିନ୍ଦମ ସେ ଦଳରେ ଅନେକ ଦିନ ହେବ କାର୍ଯ୍ୟ କରିଛନ୍ତି । ହେଲେ ଦଳ ତାଙ୍କୁ କୌଣସି ପଦ ପଦବୀ ଦେଇନି, ଯାହାକୁ ନେଇ ଅରିନ୍ଦମ ଅସନ୍ତୁଷ୍ଟ ଥିଲେ । ଯାହା ପାଇଁ ଆଜି ସେ ବିଜେଡି ଛାଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଇସ୍ତଫା ପତ୍ରରେ ନବୀନ ପଟ୍ଟନାୟକଙ୍କ ପାଖରେ ନିଜ କ୍ଷୋଭ ଜଣାଇଲେ ଅରିନ୍ଦମ । ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିବା କହିଛନ୍ତି । ଏହା ସହ ସେ କହିଛନ୍ତି ଅନେକ ଥର ଆପଣଙ୍କୁ ଭେଟିବାକୁ ଚାହିଁଥିଲେ ବି ସୁଯୋଗ ମିଳୁନି । ଆପଣଙ୍କୁ ଭେଟିବାର ମାପଦଣ୍ଡ ପୂରଣ କରୁନଥିବା ଅନୁଭବ କରୁଛି । ଆପଣଙ୍କ ଦଳରେ ମୋର ସ୍ଥାନ କିଛି ନୁହେଁ ବୋଲି ଭାବୁଛି । ଆଶା ମୋ ପରିସ୍ଥିତି ବୁଝିବେ  ମୋ ଉପରେ କିଛି ଆକ୍ରୋଶ ରଖିବେନି ।

 



[ad_2]

Leave a Reply

Your email address will not be published. Required fields are marked *

Back to top button