ଅପରାଧ

୪୦ ଗ୍ରାମ ହେରୋଇନ ଜବତ, ଦୁଇ ଗିରଫ – Sahana Mela

[ad_1]


ନୂଆପଡା: ଜିଲ୍ଲାରେ ନିଶା କାରବାର ବଢ଼ିବାରେ ଲାଗିଥିବା ବେଳେ ବିଭିନ୍ନ ସମୟରେ ଉଭୟ ଅବକାରୀ ବିଭାଗ ଓ ପୋଲିସ କିଛି ବ୍ୟବସାୟୀଙ୍କ ଉପରେ ଚଢାଉ କରି ଉଚ୍ଚସ୍ତରୀୟ ତଦନ୍ତ ନକରି ଛାଡିଦେଉଛି। ଯାହାଫଳରେ ଏହା କମିବା ବଦଳରେ ବଢ଼ିବଢି ଚାଲିଛି। ଜିଲ୍ଲାରେ ବେଆଇନ ମଦ କାରବାର, ଗଞ୍ଜେଇ, କଫ୍ ସିରଫର ବ୍ୟବସାୟ ଘଟଣା ସାମ୍ନାକୁ ଆସୁଥିବା ବେଳେ ଆଜି ହେରୋଇନ ଜବତ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରି ୪୦ ଗ୍ରାମ ହେରୋଇନ ଜବତ କରାଯାଇଛି ଏବଂ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆଜି ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି। ନୂଆପଡା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଏସଆଇ ହୀରାବତି ଥାଟିଙ୍କ ନେତୃତ୍ୱରେ ଏକ ଟିମ କୋମନା ଥାନା କାଣ୍ଡେତାର ସ୍ଥିତ ଶତନାମୀ ପଡ଼ା ନିକଟରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ନୂଆପଡା ଥାନା ସିର୍ତୋଲ ପଡାର ସତ୍ୟଜିତ ହରିପାଲ ଏବଂ ସାଗର ରଞ୍ଜନ ବଳଙ୍କ ଠାରୁ ୪୦ଗ୍ରାମ ହେରୋଇନ ଜବତ କରିଥିଲା।

ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସତ୍ୟଜିତ ହରିପାଳ ଓ ସାଗର ରଞ୍ଜନ ବଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ଆଜି ତାଙ୍କୁ ନୂଆପଡା କାରାଗାରକୁ ପଠାଇ ଦିଆଯାଇଛି। ଜବତ ହେରୋଇନର ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତଙ୍କ ଠାରୁ ଏକ ନୂଆ ସ୍କୁଟି ଗାଡି, ଭିଭୋ କମ୍ପାନୀର ମୋବାଇଲ ଏବଂ ନିଶାଯୁକ୍ତ ନାଇଟ୍ରୋସେଲଟ ୧୦ ଗୋଟି ଟାବଲେଟ ଜବତ କରାଯାଇଛି। ଚଢାଉ ସମୟରେ ଅବକାରୀ ଉପନିରିକ୍ଷକ ଅଲେଖ ପଟେଲ ଏଏସଆଇ ଗୁପ୍ତେଶ୍ୱର ପଟେଲ କନେଷ୍ଟେବଇଲ ଗିରେନ୍ଦ୍ର କଟା ଭାଗବାନ ହଂସ ଆଶୁତୋଷ ନାୟକ ଓ ନୀଳମାଧବ ସାହୁ ପ୍ରମୁଖ ସାମିଲ ଥିଲେ।



[ad_2]

Leave a Reply

Your email address will not be published. Required fields are marked *

Back to top button