ଅପରାଧ

ଗରମ ପେଜ କୁଣ୍ଡରେ ପଡ଼ି ତୃତୀୟ ଶ୍ରେଣୀ ଛାତ୍ର ଗୁରୁତର – Sahana Mela

[ad_1]


କେନ୍ଦ୍ରାପଡା: ବାହାକଣ୍ଡିଆ ଅନନ୍ତ ନାରାୟଣ ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ। ଏଠାରେ ଜଣେ ତୃତୀୟ ଶ୍ରେଣୀର ଛାତ୍ର ଗରମ ପେଜ କୁଣ୍ଡରେ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଖବର ଅନୁଯାୟୀ, ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଏହି ଅଘଟଣ ଘଟିଛି।

ସୂତ୍ରରୁ ପ୍ରକାଶ ଯେ ଛାତ୍ର ଜଣକ ହଠାତ୍ ଗରମ ପେଜ ଥିବା ପାତ୍ରରେ ପଡ଼ିଯାଇଥିଲେ । ଗୁରୁତର ଛାତ୍ରଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇଥିଲା। ଭାତ ଗଳା ହୋଇ ଗରମ ପେଜ କୁଣ୍ଡ ରଖା ଯାଇଥିବା ବେଳେ ଅସାବଧାନତାବଶତଃ ଛାତ୍ରଜଣକ ଉକ୍ତ ପେଜ କୁଣ୍ଡରେ ପଡ଼ି ଯାଇଥିଲେ।

ଛାତ୍ରୀଙ୍କୁ ସ୍କୁଲ କର୍ମଚାରୀ ଉଦ୍ଧାର କରି ଗୁରୁତର ଅବସ୍ଥାରେ ତୁରନ୍ତ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଶିକ୍ଷକ ଏବଂ ରୋଷେୟାଙ୍କ ଖାମଖିଆଲିପଣ ପାଇଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।



[ad_2]

Leave a Reply

Your email address will not be published. Required fields are marked *

Back to top button