ରାଜନୀତି

ହନୁମାନ ଚାଳିଶା ବିବାଦ: ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟା ଅଟକ – Sahana Mela

[ad_1]


ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ବାହାରେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦେବା ପରେ ଏବେ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଉ ଏକ ବିବାଦ ଉପୁଜିଥିବା ଜଣାପଡିଛି। ବେଙ୍ଗାଲୁରୁରେ ଜଣେ ଦୋକାନୀ ଦୋକାନରେ ହନୁମାନ ଚାଳିଶା ବଜାଇବାକୁ ନେଇ ସ୍ଥାନୀୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନେ ତାଙ୍କୁ ପିଟିଥିଲେ। ଯାହାକୁ ନେଇ ହିନ୍ଦୁ ସମ୍ପ୍ରଦାୟଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଛି। ମଙ୍ଗଳବାର ଏହି ମାମଲାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା, ଏଥିରେ ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟା ସାମିଲ ହୋଇଥିଲେ। ଏହାପରେ ପୋଲିସ ତାଙ୍କୁ ଅଟକ ରଖିଛି। ଏହାର ଭିଡିଓ ସାମ୍ନାକୁ ଆସିଛି। ତେବେ ଏହି ସମୟରେ ପ୍ରଦର୍ଶନକାରୀଙ୍କୁ ରୋକିବା ଲାଗି ବଳ ପ୍ରୟୋଗ କରାଯାଇଥିଲା।

ସୋମବାର ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ପୀଡିତା ଦୋକାନୀଙ୍କୁ ଭେଟିଥିଲେ। ତାଙ୍କ ନାମ ମୁକେଶ। ଲିଖିତ ଅଭିଯୋଗ ସତ୍ତ୍ୱେ ପୋଲିସ ଏଫ୍ଆଇଆର୍ ପଞ୍ଜୀକୃତ କରି ନାହିଁ ବୋଲି ସୂର୍ଯ୍ୟ ଅଭିଯୋଗ କରିଛନ୍ତି। ସୂଚନା ଥାଉକି, ରବିବାର ସିଦ୍ଧନା ଲେଆଉଟ୍‌ ନିକଟରେ ଅପରାହ୍ନରେ ଅଜାନ ହେଉଥିଲା। ଏହି ସମୟରେ ଜଣେ ଦୋକାନୀ ହନୁମାନ ଚାଳିଶା ବଜାଇଥିଲେ। ଏହାପରେ ଅନ୍ୟ ସମ୍ପ୍ରଦାୟର ଲୋକେ ଦୋକାନୀଙ୍କୁ ମାର୍‌ପିଟ୍‌ କରିଥିଲେ।

ଦୋକାନୀଙ୍କୁ ଭେଟିବା ପରେ ତେଜସ୍ୱୀ ସୂର୍ଯ୍ୟ କହିଛନ୍ତି ଯେ ଭକ୍ତି ଗୀତ ବଜାଇବା ହେତୁ ତାଙ୍କୁ କିପରି ଆକ୍ରମଣ କରାଯାଇଥିଲା। ସେ କହିଛନ୍ତି, “ଗତକାଲି ସନ୍ଧ୍ୟାରେ ମୁକେଶ ତାଙ୍କ ଦୋକାନ ଚଳାଉଥିଲେ ଏବଂ ଭକ୍ତି ଗୀତ ସବୁଥର ଭଳି ବଜାଉଥିଲେ। ସେହି ସମୟରେ କିଛି ଅନ୍ୟ ସମ୍ପ୍ରଦାୟର ଲୋକେ ତାଙ୍କ ଦୋକାନକୁ ଆସି ତାଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ ଏବଂ ସ୍ପିକର ବନ୍ଦ କରି ହନୁମାନ ଚାଳିଶା ବନ୍ଦ କରିବାକୁ କହିଥିଲେ। ସେ କହିଥିଲେ ଯେ ଯେତେବେଳେ ସେ ମନା କରିଦେଲେ, ତାଙ୍କୁ ଟାଣି ନେଇ ମାଡ ମାରିଥିଲେ। ମୁକେଶ ଗୁରୁତର ଆହତ ହୋଇଥିଲେ।



[ad_2]

Leave a Reply

Your email address will not be published. Required fields are marked *

Back to top button