ରାଜନୀତି

ବିଜେପିର ଡବଲ ଇଂଜିନ ସରକାର ଗଠନ ପାଇଁ ଓଡିଶାବାସୀ ମନ ସ୍ଥିର କରିଛନ୍ତି: ବିଜୟପାଲ୍ ସିଂହ ତୋମାର – Sahana Mela

[ad_1]


ଭୁବନେଶ୍ୱର: ଅଙ୍କୁଠ ସମର୍ଥନ ଯୋଗାଇବା ପରେ ମଧ୍ୟ ଗଂଜାମବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରମ୍ବାର ପ୍ରତାରଣାର ଶିକାର ହୋଇଛନ୍ତି । ଜୀବନ ଜୀବିକା ପାଇଁ ବାହାର ରାଜ୍ୟକୁ ବାଧ୍ୟ ହୋଇ ଦାଦନ ଖଟିବା ପାଇଁ ଯାଉଛନ୍ତି । କୈାଣସି ପ୍ରକାରର ବିକାଶ ହେଉ ନାହିଁ, ବରଂ ଅସାଧୁ କର୍ମଚାରୀ, ଠିକାଦାର ଏବଂ ବିଜେଡି ନେତାମାନେ ଯୋଜନା ପାଇଁ ଆସୁଥିବା ଟଙ୍କାକୁ ମିଳିମିଶି ହଡପ୍ କରୁଛନ୍ତି । ପରିସ୍ଥିତି ଅସମ୍ଭାଳ ହେବାରୁ ଆମେ ସମସ୍ତେ ବିଜେଡି ଛାଡି ବିଜେପିରେ ଯୋଗ ଦେଉଛୁ ବୋଲି ଆସ୍କା ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀମାନେ କହିଛନ୍ତି ।

ଓଡିଶାରେ ଏଥର ବିଜେପି ସରକାର । ମୋଦି ଗ୍ୟାରେଣ୍ଟି ପ୍ରତି ଓଡିଶାବାସୀ ଆସ୍ଥା ପ୍ରକଟ କରିବା ସହିତ ଓଡିଶାରେ ଏଥର ବିଜେପିର ଡବଲ ଇଂଜିନ ସରକାର ଗଠନ ପାଇଁ ମନ ସ୍ଥିର କରିଛନ୍ତି ବୋଲି ନିର୍ବାଚନ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି ।

ଆଜି ଶତାଧିକ ବିଜେଡି କର୍ମୀ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବଜେପିରେ ମିଶିଛନ୍ତି । ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ନିର୍ବାଚନ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଆସ୍କା ସାଂସଦ ପ୍ରାର୍ଥିନୀ ଅନୀତା ଶୁଭଦର୍ଶୀନି ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ ।

 



[ad_2]

Leave a Reply

Your email address will not be published. Required fields are marked *

Back to top button