ଖେଳ ଖବର
ଖେଲୋ ଇଣ୍ଡିଆ ମହିଳା ୱେଟଲିଫ୍ଟିଂ: ଓଡିଶା ଚାମ୍ପିୟନ, ମୀନା ଶ୍ରେଷ୍ଠ ଲିଫ୍ଟର – Sahana Mela

[ad_1]
ଭୁବନେଶ୍ୱର: ଅସ୍ମିତ ଖେଲୋ ଇଣ୍ଡିଆ ମହିଳା ୱେଟଲିଫ୍ଟିଂ ଚାମ୍ପିୟନଶିପ ହିମାଚଳ ପ୍ରଦେଶରେ ଆୟୋଜିତ ହୋଇଯାଇଛି । ଏହି ଆନ୍ତଃ ଜୋନ ଜାତୀୟ ର୍ୟାଙ୍କିଙ୍ଗ ଟୁର୍ଣ୍ଣାମେଂଟରେ ଓଡିଶା ୪ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ସହ ୯ ପଦକ ହାସଲ କରି ଚାମ୍ପିୟନ ହୋଇଛି । ଓଡିଶାର ଉଦରୟମାନ ୱେଟଲିଫ୍ଟର ମୀନା ସାନ୍ତା ଯୁବ କାଟାଗୋରୀରେ ଶ୍ରେଷ୍ଠ ୱେଟଲିଫ୍ଟର ବିବେଚିତ ହୋଇଛନ୍ତି । ୫୫ କିଗ୍ରା ବିଭାଗରେ ମୀନା ସ୍ୱର୍ଣ୍ଣ ପଦକ ହାସଲ କରି ଓଡିଶାକୁ ଗୌରବାନ୍ୱିତ କରିଛନ୍ତି । ମୀନା ମଧ୍ୟ ତାଙ୍କ ପ୍ରଦର୍ଶନ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଓଡିଶା ଟେନଭିକ ୱେଟଲିଫ୍ଟିଂ ହାଇ ପର୍ଫମାନ୍ସ ସେଂଟରରେ ସେ ପ୍ରଶିକ୍ଷଣ ନେଉଛନ୍ତି ।
ଦଳର ପ୍ରଦର୍ଶନ ନେଇ କୋଚ ରବି କୁମାର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆମ ଆଥଲେଟମାନେ ଶତ ପ୍ରତିଶତ ଯୋଗଦାନ ଯୋଗୁ ଆମେ ଏହି ସଫଳତା ହାସଲ କରିପାରିଛୁ । ସେ ଏହି ଅବସରରେ ଭାରତୀୟ କ୍ରୀଡା ଓ ଯୁବ ବ୍ୟାପର ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।
[ad_2]