ଦେଶ- ବିଦେଶ

ବଡି ମସାଜରକୁ ସେକ୍ସ ଟୟ କୁହାଯାଇପାରିବ ନାହିଁ: ବମ୍ବେ ହାଇକୋର୍ଟ – Sahana Mela

[ad_1]


ମୁମ୍ବାଇ: ବମ୍ବେ ହାଇକୋର୍ଟର ବଡ ନିଷ୍ପତ୍ତି । ବଡି ମସାଜରକୁ ସେକ୍ସ ଟୟ କହୁଥିଲେ ହୋଇଯାଆନ୍ତୁ ସାବଧାନ । ବମ୍ବେ ହାଇକୋର୍ଟ ଗତକାଲି ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ବଡି ମସାଜରକୁ ସେକ୍ସ ଟୟ କୁହାଯାଇପାରିବନି । ଏହା ବ୍ୟତୀତ ଆମଦାନୀ ପାଇଁ ନିଷିଦ୍ଧ ଆଇଟମଗୁଡିକରେ ମଧ୍ୟ ଏହାର ନାମ ଅନ୍ତର୍ଭୂକ୍ତ କରାଯାଇପାରିବ ନାହିଁ । ଜଷ୍ଟିସ ଗିରିଶ କୁଲକର୍ଣ୍ଣି ଏବଂ ଜଷ୍ଟିସ କିଶୋର ସାଣ୍ଟଙ୍କ ବେଞ୍ଚ ଏନେଇ ସୂଚନା ଦେଇଛନ୍ତି ।

ଜଷ୍ଟିସ ଗିରିଶ କୁଲକର୍ଣ୍ଣି ଏବଂ ଜଷ୍ଟିସ କିଶୋର ସାଣ୍ଟଙ୍କ ବେଞ୍ଚ କହିଛନ୍ତି ଯେ, ବଡି ମସାଜର ସାମଗ୍ରୀ ଗୁଡିକୁ ଜବତ କରିବା ଆଦେଶକୁ ମଧ୍ୟ ବାତିଲ କରାଯାଇଛି । କଷ୍ଟମ୍ସ ଡ୍ୟୁଟି କମିଶନର ଏହା ପୂର୍ବରୁ ଦାବି କରିଥିଲେ ଯେ, ବଡି ମସାଜରକୁ ଆଜିକାଲିର ଯୁବପିଢି ସେକ୍ସ ଟୟ ଭାବରେ ବ୍ୟବହାର କରୁଛନ୍ତି । ଏହିପରି ସାମଗ୍ରୀ ଆମଦାନୀ ଉପରେ ଯଥାଶୀଘ୍ର ପ୍ରତିବନ୍ଧକ ଲଗାଯାଉ ।

ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ବଡି ମସାଜ ପାଇଁ ଏପରି ଶବ୍ଦ ଅର୍ଥାତ୍ ଆଡଲ୍ଟ ସେକ୍ସ ଟୟର ବ୍ୟବହାର କରାଯାଇପାରିବ ନାହିଁ । ଏହା ସଂପୂର୍ଣ୍ଣ ଭାବେ କଷ୍ଟମ ଡ୍ୟୁଟି କମିଶନରଙ୍କ ଏକ କଳ୍ପନା ଅଟେ । ଏହି କଳ୍ପନା ଏବଂ ବିଚାରଧାରା ପାଇଁ କୌଣସି ଜିନିଷର ଆମଦାନୀ ଉପରେ ନିଷେଧ ଲଗାଯାଇପାରିବ ନାହିଁ । ମସାଜର ପରି ବସ୍ତୁର ତୁଳନା ଅନ୍ୟ କୌଣସି ବସ୍ତୁ ସହ କରାଯାଇପାରିବ ନାହିଁ । ଏପରି କହି କମିଶନରଙ୍କ ଦ୍ଵାରା ଦାଖଲ କରାଯାଇଥିବା ଯାଚିକାକୁ ମଧ୍ୟ ଖାରଜ କରିଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଯେ, ଏପ୍ରିଲ୍ ୨୦୨୨ରେ, ଏକ୍ସାଇଜ୍ ଡ୍ୟୁଟି କମିଶନର ବଡି ମସାଜରକୁ ସେକ୍ସ ଟୟ କହିଥିଲେ । ବଡି ମସାଜରକୁ ଆଡଲ୍ଟ ସେକ୍ସ ଟୟ କୁହାଯିବ ଏବଂ ଜାନୁଆରୀ ୧୯୬୪ରେ ଦିଆଯାଇଥିବା ସୀମା ଶୁଳ୍କ ବିଜ୍ଞପ୍ତି ଅନୁଯାୟୀ ଏଗୁଡିକର ଆମଦାନିକୁ ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯିବ ବୋଲି କହିଥିଲେ କମିଶନର ।

 



[ad_2]

Leave a Reply

Your email address will not be published. Required fields are marked *

Back to top button