ସ୍ୱାସ୍ଥ୍ୟ

କିପରି ସୁସ୍ଥ ରଖିବେ ହାର୍ଟ ? ହାର୍ଟ ଆଟାକ୍ ରୋକିବାକୁ ଆପଣାନ୍ତୁ ଏହି ଟିପ୍ସ – Sahana Mela

[ad_1]


ନୂଆଦିଲ୍ଲୀ : ଆଜିର ଯୁଗରେ ହୃଦ୍‌ରୋଗର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ହୃଦରୋଗରେ ପ୍ରାୟ ସବୁ ବୟସର ଲୋକମାନେ ଶିକାର ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ହୃଦ୍‌ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ ୧.୭୯ କୋଟି ଲୋକ ମୃତ୍ୟୁବରଣ କରୁଛନ୍ତି ।  ହୃଦରୋଗ ସମଗ୍ର ବିଶ୍ୱ ପାଇଁ ସବୁଠାରୁ ବଡ ବିପଦ ପାଲଟିଛି  । ହୃଦୟ ସମ୍ବନ୍ଧୀୟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୨୯ ସେପ୍ଟେମ୍ବର ଅର୍ଥାତ୍ ଆଜିର ଦିନକୁ ବିଶ୍ୱ ହୃଦୟ ଦିବସ ପାଳନ କରାଯାଉଛି ।  ଆଜି, ବିଶ୍ୱ ହୃଦୟ ଦିବସ ଅବସରରେ, ଆସନ୍ତୁ ଜାଣିବା କିପରି ଭାବେ ହୃଦରୋଗକୁ ରୋକିହେବ  ।

ଗ୍ରେଟର ନୋଏଡାର ଇଣ୍ଟରଭେନସନାଲ କାର୍ଡିଓଲୋଜି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ବିବେକ ଟଣ୍ଡନଙ୍କ ମତ ଅନୁଯାୟୀ  ଭାରତରେ ମୃତ୍ୟୁର ସବୁଠାରୁ ବଡ କାରଣ ହେଉଛି ହୃଦରୋଗ। ଗତ କିଛିବର୍ଷ ମଧ୍ୟରେ ହୃଦଘାତ ମାମଲାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏଗୁଡିକ ବିଭିନ୍ନ ଅଧ୍ୟୟନରେ ମଧ୍ୟ ରେକର୍ଡ କରାଯାଇଛି | ଦାବି କରାଯାଇଛି ଯେ ୪୦ ବର୍ଷରୁ କମ୍ ଭାରତୀୟଙ୍କ ମଧ୍ୟରୁ ୨୫ ପ୍ରତିଶତ ହୃଦଘାତ କିମ୍ବା ଅନ୍ୟାନ୍ୟ ଗୁରୁତର ହୃଦଘାତ ଜନିତ ରୋଗ ହେବାର ଆଶଙ୍କା ଅଧିକ ଥାଏ।

୪୦ରୁ ୫୦ ବର୍ଷ  ବୟସର ଲୋକଙ୍କ ପାଇଁ ଏହି ବିପଦ ୫୦ ପ୍ରତିଶତ କୁ ବୃଦ୍ଧି ପାଇଥାଏ ।  ଯଦି ଆମେ ସନ୍ତୁଳିତ ଖାଦ୍ୟ ଖାଇବା,   ଧୂମପାନ ଏବଂ ମଦ୍ୟପାନ ଛାଡିବା । ତେବେ ଏହାକୁ ସହଜରେ ଏଡାଇପାରିବା  ।  ଯୁବକମାନଙ୍କ ମଧ୍ୟରେ ହୃଦଘାତର ବୃଦ୍ଧି ହେବାର ଏକ ମୁଖ୍ୟ କାରଣ ହେଉଛି ଦୀର୍ଘ ଘଣ୍ଟା ଧରି କାମ କରିବା ଏବଂ  କମ୍ ନିଦ  । ତେବେ ଆସନ୍ତୁ ଜାଣିବା ଏକ ସୁସ୍ଥ ହୃଦୟ ପାଇଁ ଆମକୁ କଣ କରିବାକୁ ପଡିବ  । ପ୍ରଥମତଃ ଏକ ସୁସ୍ଥ ହୃଦୟ ପାଇଁ ଏକ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ  ।

ଏଥିରେ ଥିବା କାର୍ବୋହାଇଡ୍ରେଟ୍, ପ୍ରୋଟିନ୍ ଏବଂ ଲୁଣର ପରିମାଣ ସନ୍ତୁଳିତ ହେବା ଉଚିତ୍ ।  ଅଧିକ ଲୁଣ ଖାଇବା ଦ୍ୱାରା ରକ୍ତଚାପ ବୃଦ୍ଧି ଘଟେ  ।  ଯାହା ପରେ ହୃଦଘାତର କାରଣ ହୋଇଥାଏ | ଶରୀରର ଓଜନ ବଜାୟ ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ  । ପ୍ରତିଦିନ କିଛି ନା କିଛି ବ୍ୟାୟାମ କରିବା ଆବଶ୍ୟକ  । ଯାହା ଆମକୁ  ହୃଦୟ ସମ୍ବନ୍ଧୀୟ ରୋଗ ହ୍ରାସ କରିବାରେ ସାହାଯ୍ୟ କରିଥାଏ  । ଯଦି ଧୂମପାନ କିମ୍ବା ଅତ୍ୟଧିକ ମଦ୍ୟପାନ କରିବାର ଅଭ୍ୟାସ ଅଛି, ତେବେ ସେ ତୁରନ୍ତ ତ୍ୟାଗ କରିବା ଉଚିତ୍  । ଏପରି ଅଭ୍ୟାସ ହୃଦଘାତ ଆଶଙ୍କାକୁ ବୃଦ୍ଧି କରିଥାଏ  । ଅତ୍ୟଧିକ ଚିନ୍ତା କରିବା ଦ୍ବାରା ମଧ୍ୟ ହୃଦରୋଗ ଦେଖାଯାଇଥାଏ  । ତେଣୁ ସର୍ବଦା ଚିନ୍ତାମୁକ୍ତ ରହିବା ଆବଶ୍ୟକ  ।



[ad_2]

Leave a Reply

Your email address will not be published. Required fields are marked *

Back to top button