ବିଜେପିର ୫ମ ପ୍ରାର୍ଥୀ ତାଲିକା: ମଣ୍ଡିରୁ ଲୋକସଭା ନିର୍ବାଚନ ଲଢିବେ ଅଭିନେତ୍ରୀ କଙ୍ଗନା ରଣାୱତ୍ – Sahana Mela

[ad_1]
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରକାଶ କଲା ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା । ଏହି ତାଲିକାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନାଁ ରହିଛି। ତାଙ୍କୁ ମଧ୍ୟ ଏଥର ଟିକେଟ ଦିଆଯାଇଛି। ସେ ହିମାଚଳର ମଣ୍ଡିରୁ ନିର୍ବାଚନ ଲଢିବେ। ସେହିପରି ସୀତା ସୋରେନଙ୍କୁ ଦୁମକାରୁ ଟିକେଟ ଦିଆଯାଇଛି।
ପୂର୍ବରୁ କଙ୍ଗନାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ତାଙ୍କୁ ଦଳର ସୁପ୍ରିମୋ ଭରସା କରି ଟିକେଟ ଦେଇଛନ୍ତି । ସେହିପରି ଶିଳ୍ପପତି ନବୀନ ଜିନ୍ଦଲଙ୍କୁ ହରିୟାଣାର କୁରୁକ୍ଷେତ୍ରରୁ ଟିକେଟ ଦିଆଯାଇଛି। କଂଗ୍ରେସର ପୂର୍ବତନ ସାଂସଦ ଜିନ୍ଦାଲ ଆଜି ବିଜେପିରେ ଯୋଗ ଦେଇଛନ୍ତି।
ସେପଟେ ପଲିଭିଟିରୁ ବରୁଣ ଗାନ୍ଧୀଙ୍କ ଟିକେଟ କାଟିଛି ବିଜେପି । ଦଳ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ବରୁଣ ଗାନ୍ଧୀଙ୍କୁ ଟିକେଟ ଦେଇନାହିଁ ବିଜେପି । ତାଙ୍କ ସ୍ଥାନରେ ପଲିଭିଟି ଆସନରୁ ଜିତିନ ପ୍ରସାଦଙ୍କୁ ଟିକେଟ ଦେଇଛି । ଅନ୍ୟପଟେ ଗାଜିଆବାଦରୁ ଜେନେରାଲ ବିକେ ସିଂଙ୍କ ଟିକେଟ କଟାଯାଇଛି ।
[ad_2]