ରାଜନୀତି

ଏପ୍ରିଲ ଶେଷ ସପ୍ତାହ ବେଳକୁ ଏସି ବସରେ ବୁଲି ପ୍ରଚାର କରିବେ ନବୀନ – Sahana Mela

[ad_1]


ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋରଦାର ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ୨୦୧୯ ନିର୍ବାଚନ ସମୟରେ ଯେଉଁଭଳି ସେ ପ୍ରଚାର କରୁଥିଲେ ଏବେ ମଧ୍ୟ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ପ୍ରଚାର ବସରେ ବାହାରି ଭୋଟରଙ୍କ ସହ ଯୋଡ଼ି ହେବାକୁ ନବୀନ ଯୋଜନା କରିଛନ୍ତି।

ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏସବୁ ଅଞ୍ଚଳରେ ପ୍ରଚାର ଆରମ୍ଭ କରିବେ ନବୀନ ପଟ୍ଟନାୟକ । ଚଳିତ ମାସ ଶେଷ ସପ୍ତାହରେ ସେ ଏହି ସଂସଦୀୟ ନିର୍ବାଚନ ମଣ୍ଡଳୀ ଏବଂ ୨୮ଟି ବିଧାନସଭା କ୍ଷେତ୍ର ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି।

୨୦୧୯ ନିର୍ବାଚନ ସମୟରେ ନବୀନ ପଟ୍ଟନାୟକ ପାରମ୍ପରିକ ପ୍ରଚାର ପଦ୍ଧତିରୁ ଦୂରେଇ ଯାଇ ସମ୍ପୂର୍ଣ୍ଣ ଭାବେ ଏୟାର କଣ୍ଡିସନ୍, ହାଇଟେକ୍ ବସ୍ ବାଛିଥିଲେ। କୋଟି କୋଟି ଟଙ୍କାର କଷ୍ଟମ ଡିଜାଇନ୍ ହୋଇଥିବା ଏହି କ୍ୟାମ୍ପେନ୍ ବସରେ ୧୬ ଟନ୍ ଏସି, ହାଇଡ୍ରୋଲିକ୍ ଲିଫ୍ଟ, ଆରାମଦାୟକ ବେଡ୍, ବିଳାସପୂର୍ଣ୍ଣ ସୋଫା, ଅଡିଓ-ଭିଜୁଆଲ୍ ସେଟଅପ୍ ଏବଂ ଏକ ଆଧୁନିକ ଶୌଚାଳୟ ରହିଛି। ଏପରିକି ଏଠାରେ କନଫରେନ୍ସ ହଲ୍ ଓ ଭିସାଟ୍ ସୁବିଧା ମଧ୍ୟ ରହିଛି। ଇଣ୍ଟରନେଟ୍ ସଂଯୋଗ ଏବଂ ସାଟେଲାଇଟ୍ ଟିଭି ରହିଛି। ଏହି ବୁଲେଟ୍ ପ୍ରୁଫ୍ ବସର ଛାତ ଖୋଲି ନବୀନ ଜନତାଙ୍କୁ ସମ୍ବୋଧିତ କରିବେ।



[ad_2]

Leave a Reply

Your email address will not be published. Required fields are marked *

Back to top button