ରାଜନୀତି

ହୋଲି ପରେ ବିଜେଡି ଟିକେଟ, ବିଜେପିରେ ଅସନ୍ତୋଷ ! – Sahana Mela

[ad_1]


ଭୁବନେଶ୍ୱର: ବିଜେପିର ପ୍ରାର୍ଥୀ ଘୋଷଣା ପରେ କିଛି ସ୍ଥାନରେ ବିରୋଧ ଆରମ୍ଭ ହୋଇଛି। ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇଛି। ସେଠାରୁ ଖାରବେଳ ସ୍ୱାଇଁ ଆଶାୟୀ ଥିବା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଟିକେଟ ମିଳିବା ଯୋଗୁ ସେ ଖୋଲା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱରରୁ ଲଢ଼ିବେ ବୋଲି କହିଛନ୍ତି। ସେ ସ୍ୱାଧୀନ ଭାବେ ଲଢ଼ିବେ ଓ ଜିତିଲେ ବିଜେପିରେ ଯୋଗ ଦେବେ ବୋଲି କହିଛନ୍ତି। ଗତଥର ସେ କନ୍ଧମାଳରୁ ଲଢ଼ିଥିବା ବେଳେ ଏଥର ବାଲେଶ୍ୱରରୁ ଲଢ଼ିବାକୁ ବିଜେପି ନେତୃବୃନ୍ଦଙ୍କୁ କହିଥିଲେ। କିନ୍ତୁ ତାଙ୍କୁ ଟିକଟ ମିଳି ନ ଥିବାରୁ ସେ ସ୍ୱାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ବିଜେପି ଛାଡ଼ିବେନି ବୋଲି ସ୍ପଷ୍ଟ କରିଛନ୍ତି ଖାରବେଳ।

ସେପଟେ ବିଜେଡି କିନ୍ତୁ ଭିନ୍ନ ଅନ୍ଦାଜରେ କାର୍ଯ୍ୟ କରିବା ସହ ନିଜ ଚୂଡାନ୍ତ ପ୍ରାର୍ଥୀତ୍ବକୁ ଶେଷ ସ୍ପର୍ଶ ଦେଉଛି। ମୁଖ୍ୟମନ୍ତ୍ରୀ ବିଭିନ୍ନ ସଂସଦୀୟ କ୍ଷେତ୍ରର ସମୀକ୍ଷା କରୁଥିବା ବେଳେ ଖୁବ ଶୀଘ୍ର ଏ ସମୀକ୍ଷା ପର୍ବ ଶେଷ ହୋଇ ଟିକେଟ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ। ହୋଲି ପରଦିନ ଟିକେଟ ଘୋଷଣା ହେବ ବୋଲି ଆଲୋଚନା ହେଉଛି।

ବିଜେପିର ପ୍ରାର୍ଥୀତ୍ବକୁ ଦେଖି ତାଙ୍କୁ କଡା ଟକ୍କର ଦେବା ଭଳି ପ୍ରାର୍ଥୀ ପ୍ରସ୍ତୁତ କରୁଛି ଦଳ। ବିଭିନ୍ନ ତାଜା ସର୍ଭେ ଆଧାରରେ ଦଳ ଏଭଳି ଲିଷ୍ଟ ପ୍ରସ୍ତୁତ କରୁଛି। ଏପିରିକି ପୂର୍ବରୁ ଯେଉଁମାନଙ୍କୁ ଦଳ ଗ୍ରୀନ ସିଗନାଲ୍ ଦେଇଥିଲା, ସେମଧ୍ୟରୁ କିଛିଟା ପରିବର୍ତ୍ତନ ମଧ୍ୟ କରୁଥିବା ସୂଚନା ମିଳୁଛି। ହେଭିୱେଟମାନଙ୍କୁ ଟିକେଟ ମିଳିବା ପରେ ରାଜନୀତି ବେଶ ସରଗରମ୍। ଓଡିଶାର ୨୧ ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ ୧୮ ଟି ପାଇଁ ବିଜେପି ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ କଟକ, ଯାଜପୁର ଓ କନ୍ଧମାଳ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ। ଯାହାକୁ ନେଇ ଆହୁରି କିଛି ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ସେପଟେ ପ୍ରାର୍ଥୀତ୍ବ ଘୋଷଣା ପରେ ବିଜେପିର ଦୁଇ ଜାତୀୟ ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆଗକୁ ବଢିଛନ୍ତି। ସମ୍ବଲପୁରରୁ ଲୋକସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା ହେବା ପରେ ଧର୍ମେନ୍ଦ୍ର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସେହିଭଳି ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଜଗନ୍ନାଥ ଦର୍ଶନରୁ ଉଭୟ ନେତା ନିଜର ଭାଗ୍ୟ ପରୀକ୍ଷା କରିବା ଆରମ୍ଭ କରିଛନ୍ତି।

ଆଉ ଅନ୍ୟପଟେ କଂଗ୍ରେସକୁ ନେଇ ରାଜନୀତିକ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। କଂଗ୍ରେସ କେଉଁ ଆଧାରରେ ପ୍ରାର୍ଥୀ ଦେବ ଓ କେମିତି ଲଢ଼ିବ ଓ ଏସବୁ ପାଇଁ ଏତେ ବିଳମ୍ବ କାହିଁକି ତାକୁ ନେଇ ପ୍ରଶ୍ନ ଉଠିଛି। ତୃଣମୂଳ ସ୍ତରରେ ଦଳର କୌଣସି କାର୍ଯ୍ୟକ୍ରମ ନାହିଁ କି ମାହୋଲ ମଧ୍ୟ ନାହିଁ। ତେଣୁ କଂଗ୍ରେସ ଆଉ ଏକ ଶକ୍ତି ହୋଇ ଯେ ଲଢେଇ ଦେବ, ତାକୁ ନେଇ ଉଠିଛି ପ୍ରଶ୍ନ।

 



[ad_2]

Leave a Reply

Your email address will not be published. Required fields are marked *

Back to top button