ଦେଶ- ବିଦେଶ

ଷଷ୍ଠ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି – Sahana Mela

[ad_1]


ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। ରାଜସ୍ଥାନର ୨ ଓ ମଣିପୁରର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ଏହି ତାଲିକାରେ ଇନ୍ଦୁ ଦେବୀ ଜାଟବଙ୍କୁ ରାଜସ୍ଥାନର କରୌଲି ଧୌଲପୁର ଆସନରୁ ଏବଂ ଦୋସାରୁ କହ୍ନେୟା ଲାଲ ମୀଣାଙ୍କୁ ପ୍ରାର୍ଥୀ କରାଯାଇଛି। ବସନ୍ତ କୁମାରଙ୍କୁ ମଣିପୁରର ଆଭ୍ୟନ୍ତରୀଣ ମଣିପୁର ଆସନ ପାଇଁ ପ୍ରାର୍ଥୀ କରାଯାଇଛି।

ଏହାପୂର୍ବରୁ ମାର୍ଚ୍ଚ ୨୪ରେ ବିଜେପି ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ପ୍ରାର୍ଥୀଙ୍କ ଏହି ତାଲିକାରେ ଉତ୍ତରପ୍ରଦେଶ-ବିହାର ସମେତ ଅନେକ ରାଜ୍ୟରୁ ପ୍ରାର୍ଥୀଙ୍କ ନାମ ରହିଥିଲା। ୭ଟି ରାଜ୍ୟର ୧୧୧ଟି ଲୋକସଭା ଆସନ ଘୋଷଣା କରିଥିଲା ଦଳ। ଏଥିରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ଆସନରେ ଟିକେଟ୍‌ ଦିଆଯାଇଛି।

ଖ୍ୟାତନାମା ଅଭିନେତା ଅରୁଣ ଗୋଭିଲଙ୍କୁ ଉତ୍ତରପ୍ରଦେଶର ମେରଠ ଲୋକସଭା ଆସନରୁ ଟିକେଟ ମିଳିଛି । ସେହିପରି ଶିଳ୍ପପତି ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ର ଆସନ ପାଇଁ ଟିକେଟ ଦେଇଛି ବିଜେପି । ସୂଚନା ଅନୁସାରେ, ଦଳ ରାଜେନ୍ଦ୍ର ଅଗ୍ରୱାଲଙ୍କ ଟିକେଟ କାଟି ଅଭିନେତା ଅରୁଣ ଗୋଭିଲଙ୍କୁ ଟିକେଟ ଦେଇଛି । ସୂଚନାଯୋଗ୍ୟ ଯେ, କିଛି ବର୍ଷ ପୂର୍ବରୁ କଂଗ୍ରେସ ଅଭିନେତା ଅରୁଣ ଗୋଭିଲଙ୍କୁ ଆଲ୍ଲାହାବାଦ ଆସନରୁ ନିର୍ବାଚନ ଲଢିବା ପାଇଁ ଟିକେଟ ଦେବାକୁ ଚାହୁଁଥିଲା । କିନ୍ତୁ ସେତବେଳେ ବର୍ତ୍ତମାନ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁନାହାଁନ୍ତି ବୋଲି କହି ମନା କରିଦେଇଥିଲେ ଅଭିନେତା ଗୋଭିଲ ।

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନଙ୍କୁ ଡୁମକା ଆସନରୁ ପ୍ରାର୍ଥୀ କରାଯାଇଛି। ବିହାରର ସାରନ ଆସନରୁ ରାଜୀବ ପ୍ରତାପ ରୁଡ୍ଡୀ, ବେଗୁସରାଇରୁ ଗିରିରାଜ ସିଂହ, ପାଟଣାସାହେବରୁ ରବିଶଙ୍କର ପ୍ରସାଦଙ୍କୁ ଦଳ ଟିକେଟ ଦେଇଛି। ଆନ୍ଧ୍ରପ୍ରଦେଶରେ ରାଜମହେନ୍ଦ୍ରୀରୁ ଡି ପୁରେନ୍ଦରେଶ୍ୱରୀଙ୍କୁ ପ୍ରାର୍ଥୀ କରିଛି ବିଜେପି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଭିକେ ସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ, ସାଂସଦ ବରୁଣ ଗାନ୍ଧିଙ୍କୁ ଏଥର ତାଲିକାରୁ ବାଦ ଦିଆଯାଇଛି।

 



[ad_2]

Leave a Reply

Your email address will not be published. Required fields are marked *

Back to top button