ରାଜନୀତି

ବିଜେପିର ଫୋକସ ଲୋକସଭା ଆସନ ବେଳେ ବିଜେଡିର ଅଧିକାଂଶ ସ୍ଥାନରେ ନୂଆ ଚେହେରା – Sahana Mela

[ad_1]


ଭୁବନେଶ୍ୱର: ବିଜେପିର ଫୋକସ ଲୋକସଭା ଆସନ ରହିଥିବା ବେଳେ ବିଜେଡିର ଅଧିକାଂଶ ସ୍ଥାନରେ ନୂଆ ଚେହେରା ପ୍ରାର୍ଥୀ ହୋଇଛନ୍ତି। ଦୁଇଟି ପର୍ଯାୟରେ ୧୫ଟି ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଏହାକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି। ୧୫ ଲୋକସଭା ଆସନରୁ ୧୧ଟି ଆସନରେ ନୂଆ ମୁହଁ ରହିଥିବା ବେଳେ ୪ଟି ସ୍ଥାନରେ ପ୍ରାର୍ଥୀ ରିପିଟ୍ କରିଛି ଦଳ। ଯଦି ଏହାକୁ ବିରୋଧୀ ବିଜେପି ସହ ତୁଳନା କରାଯିବ ତାହେଲେ ୧୮ଟି ଲୋକସଭା ଆସନରୁ ୪ଟି ଆସନରେ ଟିକେଟ୍ କାଟିଛି। ଅଧିକାଂଶ ସ୍ଥାନରେ ପ୍ରାର୍ଥୀ ରିପିଟ୍ କରିଛି ଦଳ।

ବିଶେଷ କରି କେନ୍ଦ୍ରାପଡ଼ା, ଭୁବନେଶ୍ୱର ଓ ସମ୍ବଲପୁରରେ ବିଜେଡି ରିସ୍କ ନେଇଛି। ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଅଂଶୁମାନ ମହାନ୍ତିଙ୍କୁ କେନ୍ଦ୍ରାପଡ଼ାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି। ସେପଟେ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଲଢ଼େଇ କରିବେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଭୁବନେଶ୍ୱରରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିପକ୍ଷରେ ମନ୍ମଥ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଛି।

ବିଜେଡି ଓ ବିଜେପି ମେଣ୍ଟ ଆଲୋଚନା ବିଫଳ ହେବା ପରେ ବିଶେଷ କରି ଯେଉଁ ଆସନରେ ପ୍ରଥମେ ମେଣ୍ଟ ପାଇଁ ବିଚାର କରାଯାଉଥିଲା, ସେଠାରେ ନାମ ଘୋଷଣା କରିବାରେ ତତ୍ପରତା ଦଳର ରଣନୀତିକୁ ନେଇ ପ୍ରଶ୍ନ ଉଠିଛି। ଉଭୟ ଦଳ ଓ ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ହୋଇଥିଲେ ମଧ୍ୟ ଭୁବନେଶ୍ୱରରେ ମନ୍ମଥ ରାଉତରାୟଙ୍କ ହଠାତ୍ ନାମାଙ୍କନ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ସେହିପରି ଉତ୍ତର ଓଡ଼ିଶାର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସଙ୍କ ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ପ୍ରାର୍ଥୀ ହୋଇଛନ୍ତି।

ଲୋକସଭା ଆସନ ୨୦୨୪ ବିଜେଡି ପ୍ରାର୍ଥୀ ୨୦୧୯ ବିଜେଡି ପ୍ରାର୍ଥୀ
କଳାହାଣ୍ଡି ଲମ୍ବୋଧର ନିଆଲ ପୁଷ୍ପେନ୍ଦ୍ର ସିଂହଦେଓ
ସମ୍ବଲପୁର  ପ୍ରଣବ ପ୍ରକାଶ ଦାସ  ନଳିନୀ ପ୍ରଧାନ
ସୁନ୍ଦରଗଡ ଦିଲ୍ଲୀପ ତିର୍କି ସୁନୀତା ବିଶ୍ବାଳ
ମୟୂରଭଞ୍ଜ ସୁଦାମ ମାରାଣ୍ଡି ଦେବାଶିଷ ମାରାଣ୍ଡି
କେନ୍ଦ୍ରାପଡା ଅଂଶୁମାନ ମହାନ୍ତି ଅନୁଭବ ମହାନ୍ତି
ନବରଙ୍ଗପୁର ପ୍ରଦୀପ ମାଝୀ ରମେଶ ମାଝୀ
ଭୁବନେଶ୍ୱର ମନ୍ମଥ ରାଉତରାୟ ଅରୂପ ପଟ୍ଟନାୟକ
ଆସ୍କା ରଞ୍ଜିତା ସାହୁ ପ୍ରମିଳା ବିଷୋୟୀ
କଟକ ସଂତୃପ୍ତ ମିଶ୍ର ଭର୍ତ୍ତୃହରି ମହତାବ
ପୁରୀ ଅରୂପ ପଟ୍ଟନାୟକ ପିନାକୀ ମିଶ୍ର
ଢେଙ୍କାନାଳ ଅବିନାଶ ସାମଲ ମହେଶ୍ବର ସାହୁ
ଯାଜପୁର  ଶର୍ମିଷ୍ଠା ସେଠୀ  ଶର୍ମିଷ୍ଠା ସେଠୀ
ଜଗତସିଂହପୁର  ରାଜଶ୍ରୀ ମଲ୍ଲିକ  ରାଜଶ୍ରୀ ମଲ୍ଲିକ
କନ୍ଧମାଳ ଅଚ୍ଯୁତ ସାମନ୍ତ  ଅଚ୍ଯୁତ ସାମନ୍ତ
କୋରାପୁଟ କୌଶଲ୍ୟା ହିକକା କୌଶଲ୍ୟା ହିକକା



[ad_2]

Leave a Reply

Your email address will not be published. Required fields are marked *

Back to top button