ରାଜନୀତି

୨୩୮ ଥର ହାରିବା ପରେ ବି ଲୋକସଭା ପ୍ରାର୍ଥୀ ହୋଇ ରେକର୍ଡ କଲେ କେ.ପଦ୍ମରାଜନ – Sahana Mela

[ad_1]


ମେଟୁର: ସାଧାରଣ ନିର୍ବାଚନ ହେବାକୁ କିଛି ଦିନ ବାକି ଥିବା ବେଳେ ସାରା ଦେଶରେ ଏବେ ଚାଲିଛି ନିର୍ବାଚନୀ ସମ୍ବୋନ୍ଧୀୟ ଆଲୋଚନା। କେଉଁ ଆସନରୁ କାହାକୁ ଟିକେଟ ମିଳିଛି ସେନେଇ ବିଭିନ୍ନ ସ୍ଥାନରେ ଆଲୋଚନା ଚାଲିଛି। ଏହାରି ଭିତରେ ତାମିଲନାଡୁରୁ ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ୬୫ ବର୍ଷୀୟ ଲୋକସଭା ପ୍ରାର୍ଥୀ ଥରେ ନୁହେଁ କି ଦୁଇ ଥର ଶହ ଶହ ଥରର ବିଫଳତା ପରେ ବି ସେ ନିର୍ବାଚନ ମୈଦାନରେ ଓହ୍ଲାଇଛନ୍ତି। ସେ ଜଣେ ରାଜନୀତି ପ୍ରେମୀ। ନିର୍ବାଚନରେ ୨୩୮ ଥର ପରାଜୟ ସତ୍ତ୍ୱେ ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି ତାମିଲନାଡୁର କେ ପଦ୍ମରାଜନ।

ଏଥର ଧର୍ମପୁରୀ ଜିଲ୍ଲାର ସଂସଦୀୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି କେ.ପଦ୍ମରାଜନ। ପଦ୍ମରାଜନ ଟାୟାର ମରାମତି ଦୋକାନର ମାଲିକ ନିଜ ସହର ମେଟୁରରୁ ୧୯୮୮ରେ ପ୍ରଥମେ ନିର୍ବାଚନ ଲଢିବା ଆରମ୍ଭ କରିଥିଲେ। ସେବେଠାରୁ ପଞ୍ଚାୟତଠୁ ଲୋକସଭା ପର୍ଯ୍ୟନ୍ତ ନିର୍ବାଚନରେ ପ୍ରାର୍ଥୀ ହୋଇ ଆସୁଛନ୍ତି। ହେଲେ ସେ ପ୍ରତ୍ୟେତ ଥର ପରାଜୟ ହୋଇଛନ୍ତି। କିନ୍ତୁ ଏହି ପରାଜୟ ମଧ୍ୟରେ ପଦ୍ମରାଜନ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଭାରତର ସବୁଠାରୁ ଅସଫଳ ପ୍ରାର୍ଥୀ ଭାବରେ ସେ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି।

ପ୍ରତ୍ୟେକ ନିର୍ବାଚନରେ ସେ ଭିନ୍ନ ଭିନ୍ନ ଚିହ୍ନ ନେଇ ମୈଦାନକୁ ଓହ୍ଲାନ୍ତି। ସେ ତାଙ୍କ ଅଞ୍ଚଳରେ ‘ନିର୍ବାଚନ ରାଜା’ ନାମରେ ନାମିତ। ପଦ୍ମରାଜନ ୨୦୧୧ରେ ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ। ସେହି ବର୍ଷ ସେ ମେଟୁରରେ ବିଧାନସଭା ନିର୍ବାଚନ ପାଇଁ ଛିଡା ହୋଇଥିଲେ ଏବଂ ୬,୨୭୩ ଖଣ୍ଡ ଭୋଟ୍ ଜିତିଥିଲେ।



[ad_2]

Leave a Reply

Your email address will not be published. Required fields are marked *

Back to top button